STORYMIRROR

Sarojini Jena

Inspirational Children

3  

Sarojini Jena

Inspirational Children

ସହିଦ ତୁମକୁ ସଲାମ

ସହିଦ ତୁମକୁ ସଲାମ

1 min
204


ବୀର ସହିଦର ଗାଥା ଗାଉଛି

           ଏ ମାଟି ଭାରତ ଭୂଇଁ,

ବନ୍ଧୁକ ମୁନରେ ସହିଦ ହୋଇଛି

            ବୀର ମଥା ଆମ ଯାଏ ନଇଁ ll


କେତେ ରକତ ତା ପାଣି କରିଛି

             ଏ ଜନମ ମାଟି ପାଇଁ,

ସପନ ତାର ଯାଇଛି ହଜି

             ହୃଦୟ ଉଠିଛି ଚେଇଁ ll


ଶତ୍ରୁର ଆଗେ ନଇଁ ନାହିଁ କେବେ

              ପତାଇ ଦେଇତା ଛାତି,

ଏ ମାଟି ର ଧୂଳି ଚନ୍ଦନ କରିଛି

              ତା ପ୍ରେମରେ ଉଠିଛି ମାତି ll


ତୁଚ୍ଛ କରିଛି ସଂସାର ତାର

            ଭୁଲିଛି ସୁହାଗ ରାତି,

ଶତ୍ରୁ କଥା ମନେ ଭାବି ଭାବି

             ତା ରକତ ଯାଇଛି ତାତି ll


ଦେଶ ମାତୃକାର ଋଣ ଶୁଝିବାକୁ

                କରିଛି ସେ ଭୀଷ୍ମ ପଣ,

ସଦା ଗାଉଛି ସେ ଜୟ ଜୟ ମାତା

                ଜୟ ଭାରତ ର ଗାନ ll


କେତେ କାଳ ରାତ୍ରି ଅନିଦ୍ରା ରହିଛି

               ମା'କୁ ବକ୍ଷ ରେ ଚାପି,

ଶତ୍ରୁ ଠାରୁ ଦେଶ ରକ୍ଷା ପାଇଁ

               ଜାଗ୍ରତ ପ୍ରହରୀ ସାଜି ll


ଶତ୍ରୁ ହାରିଅଛି ତାରି ପାଶରେ

               ଚେତାଇ ସେ ଗର୍ବେ ବାର୍ତ୍ତା,

ଏ ମାଟି ପବିତ୍ର କାଳ କାଳ ପାଇଁ

                ସହିଦ ସଲାମ ଗାଥା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational