STORYMIRROR

Prakash Sahoo

Tragedy

2  

Prakash Sahoo

Tragedy

ସହିଦ ପୁଅ

ସହିଦ ପୁଅ

1 min
14.3K


ଶହିଦ ପୁଅ

ପୁଅ ଯାଇଥିଲା ସେନାରେ ସିପାହୀ ହେବ

ବୁଢ଼ା ବାପା ମାଆଙ୍କ ଦୁଃଖର ଦିନ ସରିଯିବ

ସାଙ୍ଗ ସାଥି,ହସ ଖୁସି ସବୁ ଦୂରେଇ ନେଲା

ଦୁଃଖକୁ ପାଛୋଟି ମାଆ କୋଳ ଛାଡି ଦେଲା

ପିଲାଟି ଦିନରୁ ଯେ କରୁଥିଲା ଅଳି ଅଝଟ

ସେହି ପିଲା ହେଲା ଦେଶର ସୁରକ୍ଷା କବଚ

ଛାତି କୁ ପଥର କରି ସେ ସବୁ ସହିଗଲା

ଶେଷେ ଶତ୍ରୁ ର ହାତରେ ପ୍ରାଣ ବଳିଦେଲା

ଘରୁ ଗଲାବେଳେ ଫେରିବା ପାଇଁ କହିଥିଲା

କିନ୍ତୁ ଆଜି ସବୁଦିନ ପାଇଁ ଫେରି ଆସିଲା

ପୁଅ ଯାଇଥିଲା ମାଆର ଆଖିରେ ଲୁହ ଭରି

ଫେରିଲା ଆଜି ସଭିଙ୍କ ଆଖିକୁ ଓଦା କରି

ଦିନେ ଉଚ୍ଚ ଶିକ୍ଷା ପାଇଁ ଗାଁ ମାଟି ଛାଡିଥିଲା

ଆଜି ସବୁଦିନ ପାଇଁ ଦୁନିଆ ଛାଡି ଦେଲା

ସେହି ଦୁନିଆ କହୁଛି ଶହିଦ ହୋଇଛି ସେ

ଦେଶ ,ମାତୃଭୂମି ନାମକୁ ଉଚ୍ଚା କରିଛି ସେ

ଓଡ଼ିଆ ପୁଅ ସହିଦ ଲେଙ୍କା ଙ୍କ ପାଇଁ

ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy