ଶିବ ଚତୁର୍ଦ୍ଦଶୀ
ଶିବ ଚତୁର୍ଦ୍ଦଶୀ
ଶଙ୍କର ବାବା ଶଙ୍କର
ବାରେ କରୁଣା କର
ପ୍ରଭୁ ହେ ଚନ୍ଦ୍ରଶେଖର
ଶିବ ଚତୁର୍ଦ୍ଦଶୀ ଶିବ ଚତୁର୍ଦ୍ଦଶୀ
ବ୍ରତ ତୁମ ମିଳେ ଫଳ ଅପାର
ଶଙ୍କର ବାବା ଶଙ୍କର
ତ୍ରାହି କରହେ ପ୍ରଭୁ
ପ୍ରଭୁ ହେ ଚନ୍ଦ୍ରଶେଖର ....୦
ପ୍ରତିମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ
ତମସା ତିମୀର ଅନ୍ଧକାର ନିଶି
ଶିବ ଚତୁର୍ଦ୍ଦଶୀ ଭାବରେତ କ୍ଷାତ
ଭକତେ ହୁଅନ୍ତି ଭାବେ ବିଭୋର..୧
ଶିବ ଚତୁର୍ଦ୍ଦଶୀ ବ୍ରତ ସେ ମହାନ
ନିଷ୍ଠାରେ ପାଳିଲେ ପ୍ରାଣ ହୁଏ ଧନ୍ଯ
ଶିବଙ୍କୁ ପୂଜିଲେ କୋଟି ପୂଣ୍ଯ ମିଳେ
ଦୁଃଖ ଅବସାଦ ହୁଅଇ ଦୂର...୨
ଶିବ ପଞ୍ଚାକ୍ଷର ଦିନ ସାରା ଜପି
ଉପବାସେ ବ୍ରତ ପାଳିଥାନ୍ତି ବ୍ରତୀ
ପ୍ରଭୁ ଆଶୁତୋଷ ହୋଇଲେତ ତୋଷ
ହସିଉଠେ ଘର ହସେ ସଂସାର...୩
ମନରେ ହରି ଭଜନ
ହରି ଭଜନ ଛାଡି
ମନରେ ହରି ଭଜନ
ଦୁର୍ଲଭ ଜନମ ଦୁର୍ଲଭ ଜନମ
ଦୁର୍ଲଭ ଜନମ କଲୁ ଅଗାଡି
ମନରେ ହରି ଭଜନ
ହରି ଭଜନ ଛାଡି
ମନରେ ହରି ଭଜନ
ମାତା ଗର୍ଭେ ଥାଇ ଯାହାଥିଲା କହି
ମର୍ତ୍ତ୍ୟରେ ପଡି ତୁ ସବୁ ଗଲୁ ଭୁଲି
ଭ୍ରମଣ ଅଛୁ ମିଛ ମାୟାରେ ପଡିତୁ
ଭ୍ରମଣ ଅଛୁ ମିଛ ମାୟାରେ ପଡି
