STORYMIRROR

JitendraNath Gahir

Tragedy

5.0  

JitendraNath Gahir

Tragedy

ଶହୀଦଙ୍କ ସ୍ମୃତିରେ

ଶହୀଦଙ୍କ ସ୍ମୃତିରେ

1 min
442



"ଉରୀ"ଆଖି ଲୁହ ଏଯାଏଁ ଶୁଖିନି

ନା କେବେ ଏହା ଶୁଖିବ,

"ପୁଲୱାମା" ପୁଣି ଆଉ କନ୍ଦାଉଛି

କିପରି ଏମାଟି ସହିବ

କିପରି ଏ ଛାତି ସହିବ ?୧।

ଏ ମାଟିର ଛାତି ବହୁତ ସହିଛି

କେତେଦିନ ଆଉ ସହିବ,

ଦିନେନା ଦିନେତ ହୃଦୟୁ ତାହାର

ସହିବାର ସୀମା ଟପିବ।୨।

ସହିବାର ସୀମା ଯେବେ ଟପିଯିବ

ରକତରେ ନିଆଁ ଜଳିବ,

ମରଣ ଛୁଇଁବ ଚରଣ କୁ ତାର

ମାଟି ମାଁ ସେଦିନ ହସିବ

ମୋର ମାଟି ମାଁ ସେଦିନ ହସିବ।୩।

ତୁଛ୍ଛ ଟଙ୍କା ପାଇଁ ଖାଇନାହିଁ ଗୁଳି

ମାଟିମାଆ ପାଇଁ ଖାଇଛି

ଦେଶ ଜାତି ପାଇଁ ଖାଇଛି

ପରିତୋଷ ଦେଇ ସରକାର ଆଜି

ବାହୁସ୍ଫୋଟ କାହିଁ ମାରୁଛି

ବାହାଦୁରୀ କାହିଁ ମାରୁଛି।୪।

ବାହାଦୁରୀ ଯଦି ମାରିବାର ଅଛି

ମନ୍ଦିର ଟେ ଗଢି଼ ଦିଅନ୍ତା

ସେହି ମନ୍ଦିରରେ ମରିଗଲାପରେ

ସୈନିକଟେ ପୂଜା ପାଆନ୍ତା

ବୀର ଶହୀଦଟେ ପୂଜା ପାଆନ୍ତା।୫।

ଅନେଇ ରହିଛି କେବେ ଦିନେ ହେବ

ଏମିତି ଏକ ସେ ମନ୍ଦିର

ଦିଅଁ ନ ଥିବେ କି ଦେବତା ନ ଥିବେ

ଯବାନ ଟେ ଥିବ ଦେଶର

ଶହୀଦ ଯବାନଟେ ଥିବ ଦେଶର।୬।

ଭାରତ ମାତାକୀ ଜୟ......


ଜିତେନ୍ଦ୍ର ନାଥ ଗହିର, ଢଙ୍କସର

୯୬୬୮୮୭୩୭୩୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy