STORYMIRROR

Tapan Dixit

Tragedy

2  

Tapan Dixit

Tragedy

ଶେଷ ଯଉବନ କ୍ଲାନ୍ତ ପଥିକ ମୁଁ

ଶେଷ ଯଉବନ କ୍ଲାନ୍ତ ପଥିକ ମୁଁ

1 min
2.3K


ସମ୍ମୋହନ ପରେ ସମ୍ବେଦନ

ପୁଣି ସମ୍ଭୋଗ ନିମନ୍ତେ ଆବେଦନ ….,

ବୁଝି ହୁଏ ନାହିଁ ଲାସ୍ୟମୟୀ ତୁମ

ହୃଦୟର ଏଇ ଉଦ୍ ବେଳନ ….,

କେତେ ବିନିଦ୍ର ରଜନୀ ବିତିଗଲାପରେ

ତୁମେ ଆସି କର ଆଲିଙ୍ଗନ …,

କ୍ଷମାକର ପ୍ରିୟେ କ୍ଷମାକର

ମୁଁ ଯେ ବିଗତ ନିଶିର ରତିକ୍ଲାନ୍ତ ..

ଶିରି ଶିରି ଦେହ ଅବସନ୍ନ ,

ଶେଷ ଯଉବନ କ୍ଲାନ୍ତ ପଥିକ ମୁଁ

ଜରାର କରଇ ଆବାହନ ,

ରୁଗ୍ଣ ନୁହେଁ ମୁଁ ମନୋଭଗ୍ନ

ପ୍ରଣୟର ଏଇ ତୋରଣ ନିକଟେ

(ଆଜି )କାହିଁକି ବା ମାନ ଅଭିମାନ ?

ତପନ ଦୀକ୍ଷିତ (ବେଳାଭୂମି) Mon, 9 Oct 2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy