STORYMIRROR

Nrusingha Narayan Triphathy

Classics Inspirational Others

4  

Nrusingha Narayan Triphathy

Classics Inspirational Others

ଶେଷ ରଥ

ଶେଷ ରଥ

1 min
269



ଜୀବନର ଶେଷ କୋକେଇର ରଥ

ହରି ରାମ ନାମ ସତ୍ୟ

ଶରୀର ଜଡରେ ଆତ୍ମା ଅଦୃଶ୍ୟରେ

ମୃତ୍ୟୁ ଅଟେ ଧ୍ରୁବସତ୍ୟ l


ଧନ ଜନ ମୋହ କାମ ଲୋଭ କୋହ

ଜୀବନର ଆତ୍ମ ଗର୍ବ

ନିମିଷକ ମଧ୍ୟେ ଅଣଚାଶ ବହେ

ଅଂହକାର ହୁଏ ଖର୍ବ l


ଛଅ ଖଣ୍ଡ କାଠ ହୁଏ ଆବଶ୍ୟକ

ଶେଷ ଯାତ୍ରା ସଜ ରଥ 

ଶେଷ ତୀର୍ଥସ୍ଥାନ ଭୂଇଁଯେ ଶ୍ମଶାନ

ଜୁଇ ମାତ୍ର ତିନି ହାତ l


ଘର ଜମିବାଡ଼ି  ଐଶ୍ୱର୍ଯ୍ୟ ସମ୍ପତ୍ତି 

ବୃଥା ପ୍ରେମ ଅହମିକା

ମାନ ସନମାନ କ୍ଷଣିକ ଆନନ୍ଦ 

ଜୀବନର ପ୍ରହଳିକା l


ମଣିଷ ଜୀବନ  ମାତ୍ର ଦୁଇଦିନ

ଏବେ ଅଛି ଏବେ ନାହିଁ

ଲଭିଲେ

ଜନମ ମୃତ୍ୟୁବି ଆସିବ

ହିଂସା ବାଦ କାହା ପାଇଁ l


ନେଲା ଅବା କିଏ ମୁଁ ଅବା ନ ନେବି

ହିସାବ କରୁଛି ନିତି

ସୁନ୍ଦର ଶରୀର ହେବ ନାରଖାର

ସମୟ ଯାଉଛି ବିତି l


ମାନ ଅପମାନ ସୌନ୍ଦର୍ଯ୍ୟ ଯୌବନ

ଜନ୍ମ ମୃତ୍ୟୁ କ୍ଷଣସ୍ଥାୟୀ

ଯଶ କୀର୍ତ୍ତି ମାନ ରୁହଯେ ଅକ୍ଷୁଣ୍ଣ 

ସତ୍ୟ ଧର୍ମ ଚିରସ୍ଥାୟୀ l


ମୃତ୍ୟୁର ଦୁର୍ଗରେ ଛିଡା ହୋଇ ଦମ୍ଭେ

ମୋର ମୋର ରଡି କରେ

ମୋର ବାପା ଜେଜେ କିସ ନେଇ ଗଲେ

କଳନା ନକରି ପାରେ l


ରାମ ନାମ ସତ୍ୟ ହରି ନାମ ସତ୍ୟ

କୋକେଇ ସବାରୀ ସତ୍ୟ

ଅସୂୟା ଅଧୈର୍ଯ୍ୟ  କାମ କ୍ରୋଧ ଈର୍ଷା

ସବୁ ମିଛ ମୃତ୍ୟୁ ସତ୍ୟ l



Rate this content
Log in

Similar oriya poem from Classics