Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR. Sushree sangita Swain

Abstract

2  

DR. Sushree sangita Swain

Abstract

ଶେଷ ଇଛା

ଶେଷ ଇଛା

1 min
3.1K


ମୋତେ ନିକଟରୁ ଜାଣିଥିବା

ଲୋକମାନେ ଭାବୁଥିବେ

ମୁଁ ସୁଖୀ ଓ ସନ୍ତୁଷ୍ଟ

ଅଥଚ, ପ୍ରାଚୁର୍ଯ୍ୟ ଭିତରେ

ଅନୁଭବ କରେ ଅଭାବ କୁ

ଅର୍ଥ ଦେଇ ସିନା କିଣିହେବ ଶେଯ

ନିଦ କିଣିବାର ସାମର୍ଥ୍ୟ କାଁହୁ ହେବ ?

ସୁଖୀ ବୋଲି ଅଭିନୟ କରିବା

ମରଣ ଠୁ ଅତି ଭୟଙ୍କର |

ସମୀକ୍ଷା କଲି ନିଜେ

ନାହିଁ କଣ ମୋର

ପ୍ରତିଷ୍ଠା, ସମ୍ମାନ, ପ୍ରତିପତ୍ତି

ତଥାପି ବିରକ୍ତିକର ଯାତ୍ରା ସମ

ଲାଗୁଚି ଜୀବନ

ପୁନର୍ଜନ୍ମ ଯଦି ହୋଇଥାଏ ସତ

ଏ ଜୀବନ ଅଧ୍ୟାୟ ର ପୃଷ୍ଠା

ସମାପ୍ତ ହେଉ ଏଇଠି

ଏହାହିଁ ମୋ ନିଜ କଥା

ଶେଷ ଇଛା ମୋର


Rate this content
Log in

Similar oriya poem from Abstract