STORYMIRROR

ABADHOOT PANDA

Abstract Others

3  

ABADHOOT PANDA

Abstract Others

ଗୋଟିଏ ମାନବୀୟ ସତ୍ତା

ଗୋଟିଏ ମାନବୀୟ ସତ୍ତା

1 min
205


କ୍ରମ ବିବର୍ତ୍ତନ ପ୍ରବୃତ୍ତି ମାଧ୍ୟମରେ କଳେବର ପ୍ରାପ୍ତ

ସର୍ବବୃହତ ଜାଗତିକ ସୃଷ୍ଟିରେ, ପରିବେଷ୍ଟିତ କରିଛି ଯିଏ 

ସମଗ୍ର ବିଶ୍ୱ ଜାତିକୁ ଅଟେ ସିଏ ଜଣେ ଯଥାର୍ଥ ମାନବ l


କ୍ରମ ବିବର୍ତ୍ତନର ଅବିରତ ଉଦ୍ୟମଲବ୍ଧ ପ୍ରତିମୂର୍ତ୍ତି ସମାହିତ

ହୋଇ ପାର୍ଥିବ ସ୍ଥିତିରେ,ଜଣେ ବୈଶିଷ୍ଟ୍ୟ ମୂଳକ ମାନବୀୟ

ଦୂରଦ୍ରଷ୍ଟା ଏବଂ ଜାଗତିକ ସ୍ବେଛାସେବୀର ରୂପ ଧରି 

ଧରାପୃଷ୍ଠେ ଯିଏ ହେଲା ଅବତ୍ତୀର୍ଣ୍ଣ ସିଏ ହେଲା ଦିବ୍ୟ ମାନବ l


ଅନନ୍ତ ପ୍ରେମ ପୂର୍ଣ୍ଣ ପୁଞ୍ଜିଭୂତ ଆବେଗ ସହକାରେ ସୃଷ୍ଟି କରି

ଥିଲା ଯାହାକୁ ଆଦିକାଳୀନ ପବିତ୍ର ଉଦ୍ଦେଶ୍ୟ,ଏକ ପ୍ରେମଶୀଳ 

ମାନବିକ ନିର୍ଭିକତା ଏବଂ ଯତ୍ନ ସଂଯୋଜିତ ବିଗ୍ରହ,ସାଧିବାକୁ

ଧରାପୃଷ୍ଠେ ସାର୍ବଜନୀନ ମାଙ୍ଗଳିକ କର୍ମ ସିଏ ହେଲା ସୁମାନବ।


ଭାଙ୍ଗିଦେଇ ବସ୍ତୁବାଦୀ ଓ ସନ୍ନିହିତ ମାୟା ମୋହଯୁକ୍ତ ତଥା

ସ୍ୱାର୍ଥପର ବିଭେଦକାରୀ ଦୁର୍ଗ, ଜନ୍ମ ନେଲା ଯିଏ ସର୍ବ

ସମଷ୍ଟିଗତ ଭଙ୍ଗୀରେ, ନିର୍ମାଣ କରିବାର୍ଥେ ଏକ ସର୍ତ୍ତବିହୀନ

ପ୍ରେମ ତଥା ଆଲୋକମୟ ଜ୍ଞାନ ବାଣ୍ଟି ପ୍ରତିଷ୍ଠା କରିବାକୁ ଏକ

ଶୋଭନୀୟ ତଥା ଦୀପ୍ତିମାନ ପୃଥିବୀ ସିଏ ହେଲା ମହାମାନବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract