Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Abstract

3  

Dharitri Das

Abstract

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

1 min
300


କରୋନା ଆସିଲା ଜୀବନ ନାଶିଲା

     ଲକ୍ଷଲକ୍ଷ ଜନତାଙ୍କ

ସାରାଦେଶେ ଆଜି ହାହାକାର ପଡେ

         ଅମ୍ଳଜାନର ନଅଙ୍କ।

କାହିଁପାଇଁ ହେଲା    ଆମ ଭାରତରେ

        ଅମ୍ଳଜାନର ଅଭାବ

ଏହି ଅଭାବର          ଦାରୁଣ ବିଭତ୍ସ

         ରୂପ କଥା ଟିକେ ଭାବ।

ଆସ ଆସ ପିଲେ ଖୋଜିବା ଆମେରେ

        ମୂଳ କାରଣଟି ଆଗ

ବୃକ୍ଷଲତା ଠାରୁ         ମିଳିଥାଏ ସିନା

         ଅମ୍ଳଜାନ ବହୁଭାଗ।

ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ଦେବା

        ବୃକ୍ଷର ଅଟେ ସ୍ଵଭାବ

ବୃକ୍ଷଲତା ହାଣି      ପଦା କରିଦେଲେ

         କାହୁଁ ପାଇବାଟି ଭାବ।

କଳ କାରଖାନା       ପ୍ରାସାଦ ନିର୍ମାଣ

         ସୃଷ୍ଟିପାଇଁ ଯଦି ଆମେ

ଜଙ୍ଗଲକୁ କାଟି      ସଫା କରିଦେବା

        ବୃକ୍ଷ ନ ରହିବ ଧାମେ।

ତେବେ ଅମ୍ଳଜାନ   କାହୁଁବା ପାଇବା

      ଖୋଜୁଥିଲେ ମର୍ତ୍ତ୍ୟଭୂମେ

କପାଳରେ କର     ପିଟିବାଟା ସାର

      ହେବଦିନେ ଧରାଧାମେ।

ସେଥିପାଇଁ ଆସ   ପ୍ରତି ଗ୍ରାମେ ଗଢି

      ଏକ ସୁନ୍ଦର ଜଙ୍ଗଲ

ଖୋଲା ଜାଗା ଦେଖି ବୃକ୍ଷ ଦେବା ରୋପି

      ବର ଅଶ୍ୱତ୍ଥ ଓ ବେଲ।

ସୁରକ୍ଷା ଦାୟିତ୍ୱ   ସଭିଏଁ ନେବାରେ

       ହୋଇ ହରଷିତ ମନ

ଘରଘର ବୁଲି      ସଚେତନ ବାର୍ତ୍ତା

       କରିବା ଆମେ ପ୍ରଦାନ।

ବେଳଥାଉଁ ଆସ   ସାବଧାନ ହେବା

        ନିଅଣ୍ଟ ହୋଇବ ଦୂର

ଜନ୍ମଦିନ ଅବା       ବିବାହ ବାର୍ଷିକ

       ଦେବା ବୃକ୍ଷ ଉପହାର।

ଫୁଲ ତୋଡ଼ା ଗଢି    ପ୍ରକୃତିକୁ ନଷ୍ଟ

       କରିବା ନାହିଁରେ କେବେ

ଫୁଲ କୁଣ୍ଡ ଦେଇ    ପ୍ରକୃତିର ମାନ

      ବଢ଼ାଇ ଦେବାରେ ଭବେ।

ଜଙ୍ଗଲ ସୁରକ୍ଷା    ଜୀବନଟି ରକ୍ଷା

       ଏକଥା ବୁଝିବେ ସର୍ବେ

ସୁରକ୍ଷିତ ରହି     ଜୀବନ ଜିଇଁବେ

        ପୃଥିବୀ ବକ୍ଷରେ ଗର୍ବେ।


Rate this content
Log in

Similar oriya poem from Abstract