ଶବ୍ଦରୁ ସୃଜନ- 22. ସ୍ପର୍ଶ : ଗୀତି କବିତା: ପରଶମଣି ଗୋ ତୁମ ପରଶରେ
ଶବ୍ଦରୁ ସୃଜନ- 22. ସ୍ପର୍ଶ : ଗୀତି କବିତା: ପରଶମଣି ଗୋ ତୁମ ପରଶରେ


ପରଶମଣି ଗୋ ତୁମ ପରଶରେ ମୋତେ କରିଦିଅ ସୁନା,
ମଣି-କାଞ୍ଚନର ସଂଯୋଗ ନହେଲେ ମାଟି ହୋଇଯିବି ସିନା |(ଘୋଷା)
ଶତ କଦମ୍ବର ରୋମାଞ୍ଚ ଗୋ ତୁମେ କୁମୁଦିନୀର ନୀଳିମା,
ପ୍ରଭାତୀ ଉଷାର କଅଁଳ କିରଣ ନିଶୀଥିନିର ଜୋଚ୍ଛନା |
ମୋ ଜୀବନ ମରୁ ଉପତ୍ୟକା ପାଇଁ ଛୁଟାଅ ପ୍ରୀତିର ବନ୍ୟା |
ପରଶମଣି ଗୋ ତୁମ ପରଶରେ ମୋତେ କରିଦିଅ ସୁନା |(1)
ନିଦାଘରେ ମୋର ମନପକ୍ଷୀ ଝୁରେ ବର୍ଷାହେଇ ଝରି ଆସ,
ଚାତକ ପରାଏ ଚାହିଁଛି ଗୋ ପ୍ରିୟା ପାଇବି ତୁମ ପରଶ |
ତୁମେ ଆସିଗଲେ ଫଗୁଣ ଆସିବ, ଦୁହେଁ ହେବା ଆନମନା |
ପରଶମଣି ଗୋ ତୁମ ପରଶରେ ମୋତେ କରିଦିଅ ସୁନା |(2)