STORYMIRROR

Ashok Kumar Pradhan

Inspirational

4  

Ashok Kumar Pradhan

Inspirational

ଶ୍ବାସରୁଦ୍ଧ ଗାନ୍ଧୀ

ଶ୍ବାସରୁଦ୍ଧ ଗାନ୍ଧୀ

1 min
22.9K


ଲୀଳାମୟଙ୍କର ବିଚିତ୍ର ଲୀଳା, 

ବିଧି ହୁଏ ବାମ ବୁଡ଼ିଛି ଭେଳା ll


ଗାନ୍ଧିବାଦୀ ଆଜି କବର ତଳେ, 

ନୀତିନିୟମକୁ ପକାଇ ହେଳେ ll


ଅକାଟ୍ଯ ବଚନ ସତ୍ୟ ହୋଇଛି, 

ନିଜ ହାତେ ନିଜ ଜିହ୍ଵା ଛେଦିଛି ll


ଶୁଣୁଛି ଖରାପ କହୁଛି ବାଜେ, 

ଦେଖୁଛି ଅନ୍ୟାୟ ଆଖି ନ ବୁଜେ ll


ସୁନା ସଂସାରକୁ ଚୁନା କରିଛି, 

ଆତ୍ମ ଅଭିମାନେ ଖେଳ ଖେଳୁଛି ll


ପ୍ରକୃତି ଉପରେ ଦାଉ ସାଧିଛି 

ବାଛ ବିଚାରରୁ ବାଟ ହୁଡ଼ିଛି ll


କରୁଛି ଅଳପ କହୁଛି ବେଶୀ, 

ଅନ୍ୟାୟକୁ ପ୍ରଶ୍ରୟ ଦେଉଅଛି ll


ସ୍ଵାଧୀନ ଭାବୁଛି ନିଜକୁ ଏତେ, 

ପରାଧୀନ ପରିବେଶର ହାତେ ll


ସତ୍ୟ ଅହିଂସାକୁ କଲେ ଆୟୁଧ, 

ଜିତିବ ଦୁନିଆ ତୁଟିବ ଖେଦ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational