STORYMIRROR

Tapan Kumar Biswal

Tragedy Inspirational Thriller

3  

Tapan Kumar Biswal

Tragedy Inspirational Thriller

ଶ୍ବାନ ଓ ବିଶ୍ୱାସ

ଶ୍ବାନ ଓ ବିଶ୍ୱାସ

1 min
11.5K


ଜୀବନର ପୁଞ୍ଜି        ବିଶ୍ୱାସ ଅଟଇ

       ଜୀବନର ମୂଳଧନ l


ବିଶ୍ୱାସର ବନ୍ଧୁ       ମଣିଷ ସାଥିରେ

     ରହିଥାଏ ଯେହ୍ନେ ଶ୍ବାନ ll


ଦିଏ ନାହିଁ ଧୋକା     ଜାଣେନି ଛଳନା 

      ଜାଣେ ବିଶ୍ୱାସ ଠିକଣା l


ମଣିଷର ଯଦି        ବିଶ୍ୱାସ ହିଁ ନାହିଁ 

     ନୁହେଁ ଶ୍ବାନରେ ବି ଗଣା ll


ନିଜ ସନ୍ତାନଙ୍କୁ       ଗେଲ କରୁଥାଏ 

       ନିଜର ପାଟିରେ ଧରି l


ଦର୍ଶକ ଭାବନ୍ତି        ମରିଯିବି ଛୁଆ 

      ହେବ ଯଦି ଟିକେ ଡେରି ll


ସନ୍ତାନ ଜାଣିଛି       ମା ତାର ମହାନ

      ପାରିବିନି କେବେ ମାରି l


ଦୁନିଆରେ ତାର      ମା ଏକା ନିଜର

      କେହି ନୁହେଁ ତାର ସରି ll


ବିଶ୍ୱାସର ମନ୍ତ୍ର        ନେଇ ବଞ୍ଚୁଅଛି

       ଭରସା ଜିତିଛି ଶ୍ବାନ l


ସାହୁକାର ମନ        ଜିତି ସାରି ଅଛି

      ପାଏ ଆଦର ଓ ସେହ୍ନ ll


ଜୀବନର ପୁଞ୍ଜି        ହରାଇବ ନାହିଁ

      କେବେ ତୁମ ଜୀବନରେ l


ଯେବେ ହରାଇବ     ତୁମେ ଗଣା ହେବ

     ବିଶ୍ୱାସ ହୀନ ଜାତିରେ ll



Rate this content
Log in

Similar oriya poem from Tragedy