STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ଶବ ଦାହ

ଶବ ଦାହ

1 min
237

କୁଢ଼ କୁଢ଼ ଶବ 

ପୋଡିବାକୁ ହେବ

ଆତ୍ମୀୟଙ୍କ ଦେଖା ନାହିଁ

ସ୍ୱଚ୍ଛତା ଦୃଷ୍ଟି ରଖି

ଅନୁଷ୍ଠାନ ଆଗେଇ ଆସିଛି

କିମିତି ମଣିଷର ଜୀବନ

ଟିକେ ଆଗରୁ କେତେ ମାୟା

ମୋ ଦେହ

ମୋ ଅର୍ଥ

ମୋ ଘର

ମୋ ଗାଡି

ମୋ ପରିବାର

ସବୁ ଆଜି ମୋର ମାୟା ହୁଗୁଳି ପଡିଛି

ଦେହ ପାଉଁଶ ହେଲାପରେ 

ମୁଠେ ନେଇ ଗଙ୍ଗାରେ ପକେଇବାକୁ

କେଇନାହିଁ

ନା ପୁଅ ,ଝିଅ, ପତ୍ନୀ, ଭାଇ କି ପଡିସା

ହୁତୁ ହୁତୁ ଜଳୁଛି ଜୋଇ

ଧୂଆଁ ଜାଙ୍କ ନିଆଁ ହୋଇ ଆକାଶରେ

ପାଉଁଶ ମାଟିରେ

ଆଉ ବା ରହିଲା ଯାହା

ତାହା କେବଳ ଅଢେଇ ଦିନର

ଆଖିରୁ ଲୁହ ପୋଛି

ଭୁଲିଯିବ ସବୁ

ସବୁଠାରୁ ବଡ଼ ମାୟାବୀ ଏ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action