STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଶାଶ୍ୱତ ପ୍ରେମର ଅପୂର୍ବ ଭାବନା

ଶାଶ୍ୱତ ପ୍ରେମର ଅପୂର୍ବ ଭାବନା

1 min
126

ସ୍ୱୟଂବର ସ୍ଥଳେ ଶ୍ରୀରାମଚନ୍ଦ୍ରଙ୍କ

   ମୁଖକୁ ଦର୍ଶନ କରି

ଜାଣିଥିଲେ ମାତା ନୁହଁନ୍ତି ସାମାନ୍ୟ

  ଦିବ୍ୟସତ୍ତା ଦେହଧାରୀ


ସ୍ୱାମୀ ରୂପେ ତାଙ୍କୁ ବରଣ କରିଲେ

    ଶକତି ପରଖ କରି

ଅଗ୍ନି ସମ୍ମୁଖରେ ଆପଣାର କଲେ

   ହୃଦୟେ ପୀରତି ଭରି


ସ୍ୱାମୀଙ୍କ ସମ୍ମାନ ପ୍ରତିଜ୍ଞା ନିମିତ୍ତ

    ରାଜସୁଖ ଦୂର କରି

ପଞ୍ଚବଟି ବନେ ଜୀବନ କାଟିଲେ

   ପତିସେବା ହୃଦେ ବରି


ପତିଙ୍କର ରାଜଧର୍ମ ରକ୍ଷା ପାଇଁ

   ଗରଭେ ସନ୍ତାନ ଧରି

ଋଷି ଆଶ୍ରମରେ ନିବାସ କରିଲେ

  ସିଏ ତପସ୍ୱିନୀ ପରି


ହୃଦୟରେ ଥିଲା ଅଜସ୍ର ପୀରତି

   ମନେ ପତ୍ନୀଧର୍ମ ସ୍ମରି

ନିଜର ଜୀବନ ସମର୍ପି ଖୁସିରେ

  ସାଜିଲେ ଯଶସ୍ୱୀ ନାରୀ


ପ୍ରେମର ବାଟରେ ଅସୂୟା ଭାବକୁ

  ଦେଇଥିଲେ ମାଆ ହରି

ଶାଶ୍ୱତ ପ୍ରେମର ଅପୂର୍ବ ଭାବନା

  ସଂସାରେ ଯାଉଛି ଝରି    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract