STORYMIRROR

ABADHOOT PANDA

Abstract Classics

4  

ABADHOOT PANDA

Abstract Classics

ଶାରଦୀୟ ମାତେ

ଶାରଦୀୟ ମାତେ

1 min
198

ଆଗେଇ ଆସ ମାତେ ଶାରଦୀୟ ମନୋଜ୍ଞ ପରିବେଶ ଦେଇ

କୃପାକର ହେ ମାତେ ଆତ୍ମା ଓ ଶରୀରକୁ ଏକାଠି କରିଦେଇ l


ସଂସାରର ଜଡ଼ତା ମଧ୍ୟରେ ଆମେ ତଵ ଦର୍ଶନାଭିଳାଷୀ ମାତ୍ର

ଚାହୁଁନା ଆମେ ଧନ ଜନ ଗୋପ ଲକ୍ଷ୍ମୀ ଚାହୁଁ ଏକ ସୁମନଗାତ୍ର l


ବରଷକେ ଥରେ ଧରା ପୃଷ୍ଠେ ବିରାଜମାନ ତଵ ଯୁଗ ଯୁଗ ଧରି

କରି ଆସୁଛି ପବିତ୍ର ମନ ପ୍ରାଣ ଆମ କେବେବି ଉପେକ୍ଷା ନକରି l


ତଵ ପଦାର୍ପଣ କରେ ଆଲୋକିତ ଧରା ବାସୀ ଜୀବ ଯନ୍ତୁ ଗଣେ

ମଙ୍ଗଳ ମୟ ସତୀ ଶ୍ରେଷ୍ଠା ତୁମେ ମାତ ଶିବ ଅର୍ଦ୍ଧାଙ୍ଗିନୀ ପଣେ l


ସଙ୍କଟ ମୟ ବସୁନ୍ଧରା ଆଜି ତୁମକୁ ଡାକେ ହେବାକୁ କଷଣ ମୁକ୍ତ

ଦୟା କର ହେ ମାତା ହୁଅନି ବିମନା କର ଆମକୁ ନରଗୁଣ ଯୁକ୍ତ l


ଶାରଦୀୟ ନିର୍ମଳ ପୁର୍ଣ୍ଣେନ୍ଦୁ ପରି ମଧୁମୟ ହେଉ ନର ନାରୀ ପ୍ରାଣ

ଢାଳିଦିଅ ତଵ ଶାଶ୍ୱତ ସୁଧା ବାରି ସଦା ଧରା କରି ଦିଅ ସ୍ୱର୍ଗ ଭୁବନ l


ଆମ ଜନ୍ମ ଭୂମି ପୃଥିବୀରେ ସାର ଯୋଗୀ ସଦା ଶିବ ଆମ କୁଳ ଗୁରୁ

ତୁମେ ଗୁରୁ ମାତା ଆମ ସନ୍ତାନ ବତ୍ସଳା ଖୁଆଇ ଦିଅ ତଵ ଯଜ୍ଞ ଚରୁ l


ଭବିଷ୍ୟତ ଦାୟାଦଙ୍କ ଭାଗ୍ୟ ରବି ମାତେ କରିଦିଅ ସ୍ୱୟଂ ସୁସମ୍ପୂର୍ଣ୍ଣ

ନରହୁ ସେମାନଙ୍କ ମନେ ଅମଣିଷ ଗୁଣ କେବେ କର ମାତେ କଲ୍ୟାଣ l

           


Rate this content
Log in

Similar oriya poem from Abstract