ଶାନ୍ତିର ପୁର ବୈକୁଣ୍ଠ
ଶାନ୍ତିର ପୁର ବୈକୁଣ୍ଠ
ହେ ନର-
ଜୀବକୁ କରନି ଶୀକାର
ଆଗନ୍ତୁକକୁ ସୁବେଭାର ।
ପରକୁ ମଣ ଆପଣାର
ଜୀବକୁ ଦିଅନି ଜହର ।।
ଯାଇ ବସିବୁ ବୈକୁଣ୍ଠପୁର ।
ହେ ନର-
ଅନ୍ଧକୁ ଦେଖାଅ ସୁପଥ
ଅସୁସ୍ଥକୁ କର ହେ ସୁସ୍ଥ ।
ଭାଇ ଭାଇ ସର୍ବେ ନିଜର
ଦେଶ କରନି ଛାରଖାର ।।
ଯାଇ ବସିବୁ ବୈକୁଣ୍ଠପୁର ।
ହେ ନର-
ଭିକାରୀକୁ ଦିଅରେ ଭିକ
ହରିନାମ ସରବେ ଡାକ ।
ଭୋକିଲାକୁ ଦିଅ ଆହାର
ବଡଙ୍କୁ ନ କର ଟାପର ।।
ଯାଇ ବସିବୁ ବୈକୁଣ୍ଠପୁର ।
ହେ ନର-
କୁକର୍ମେ ପକାନି ନଜର
ସେବା କର୍ମ ଅଟେ ସୁନ୍ଦର ।
ରଖିଥା ନିର୍ମଳ ଅନ୍ତର
ଜୀବକୁ ଭାବନି ଚାକର ।।
ଯାଇ ବସିବୁ ବୈକୁଣ୍ଠପୁର ।
ହେ ନର-
ନ୍ଯାୟ କଥା କର ଆଦର
କେବେ କାହାରିକୁ ନ ମାର ।
ଭଲ କର୍ମେ ପଡେରେ ହୁର
କେବେ ତୁ ସାଜିବୁନି ଚୋର ।।
ଯାଇ ବସିବୁ ବୈକୁଣ୍ଠପୁର ।
