Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Inspirational Others

2.8  

DR PRASANTA KUMAR BISWAL

Inspirational Others

ଶାନ୍ତି

ଶାନ୍ତି

1 min
124


ଶାନ୍ତି ଭଲ ଶବ୍ଦଟିଏ

ମିଳିଲେ କାହାକୁ

ସଭା ବା ସମିତିରେ

ସମୟ ନିଅଣ୍ଟ ହୁଏ ବଖାଣିବାରେ ।

ଏଠି ସେଠି ସବୁଠି

ଖାଲି ଶାନ୍ତି ପାଇଁ ଉଦ୍ ଘୋଷଣା

ପ୍ରଚାର ପ୍ରସାର ପୁଣି କେତେ ମନ୍ତ୍ରଣା

ମାତ୍ର କିଏ ଦେବ ଆଜି

ଅପହଞ୍ଚ ଇଲାକାର ଠିକଣା ।

ବାହାର ଠୁ ଭିତର ଯାଏଁ

ମନ ଠୁ ପବନ ଯାଏଁ

ପ୍ରଦୂଷଣ ଚିନ୍ତା ।

କେଉଁଠି ଗ୍ଲେସିୟର ତରଳୁଛି ତ

କେଉଁଠି ଜଙ୍ଗଲ ଜଳୁଛି,

କେଉଁଠି କୋଇଲା ଧୂଆଁ ତ

ପୁଣି ପ୍ଲାଷ୍ଟିକର ନିଆଁ ।

ମନ ଯେଉଁଠି ହଳାହଳରେ ଦୂଷିତ

ମାନସିକ ପ୍ରଦୂଷଣରେ ସଭିଏଁ ଗ୍ରସିତ

କଙ୍କଡାକୁ ସୁହାଏ ଗୋଳିପାଣି

ପ୍ରସନ୍ନ ହୁଅନ୍ତି ଶାନ୍ତିର ସନ୍ଦେଶ ଶୁଣି ।

ହେ ଅମୃତସ୍ୟ ପୁତ୍ରାଃ

ଅନ୍ତର୍ମୁଖୀ ହୋଇ ଦେଖ

ତୁ କେତେ ନିର୍ମଳ

ନିଜେ ବଦଳିଲେ ଦୁନିଆ ସିନା ବଦଳିବ

ହାତ ପାଆନ୍ତାରେ ଶାନ୍ତି ହାତ ଠାରିବ ,

ଗ୍ଲୋବାଲ ୱାର୍ମିଙ୍ଗରୁ

ଗ୍ଲୋବାଲ ସ୍ପେସ ମିଳିବ।


Rate this content
Log in

Similar oriya poem from Inspirational