କବିତା - ଶାନ୍ତି - ପ୍ରଶାନ୍ତି
ରଚନା - ପଞ୍ଚାନନ ଜେନା
ତାରିଖ -୦୩-୦୫-୨୦୨୫
ମନେ ମନେ ଝୁରିବା ବି ଗୋଟେ କଳା
ଯେମିତି ଗଛ ଝୁରେ
ପାଚିଲା ଶୁଖିଲା
ବ୍ୟୁନ୍ତଚ୍ୟୁତ ପତ୍ରଙ୍କୁ ପରିବାରଙ୍କୁ
ମନେ ମନେ ଭାବିବା ବି ଗୋଟେ ଲୀଳା
ଯେମିତି ଆକାଶ ଭାବେ
ତାରାଖଣ୍ଡ ଭଲକାପିଣ୍ଡ ମାନଙ୍କୁ
ଖଣ୍ଡ ବିଖଣ୍ଡିତ ଭୂପତିତ ସନ୍ତାନଙ୍କୁ
ମନେ ମନେ ଗୁମୁରି ହେବା ବି ଗୋଟେ ମାୟା
ଯେମିତି ଫୁଲଗଛ ଗୁମୁରେ
ଫୁଲ ସବୁ ଶୁଖି ଝାଉଁଳି ଗଲା ପରେ
ତଳେ ଖସି ପଡି ସଢିଯିବା ରକ୍ତବୀର୍ଯ୍ୟ ମାନଙ୍କୁ
ମନେ ମନେ ସୁମରି ହେବା ବି ଗୋଟେ ଦୟା
ଯେମିତି ଗଛ ସୁମରେ
ତା ତାଳରେ ବସା ବାନ୍ଧିଥିବା ଚଢ଼େଇ ମାନଙ୍କୁ
ଅଣ୍ଡାରୁ ଚିଆଁ ହେଉଥିବା ସାବକ ମାନଙ୍କୁ
ମନେ ମନେ କଳ୍ପନା କରିବା ବି ଗୋଟେ ଶାନ୍ତି
ଯେମିତି ପ୍ରେମିକ କଳପେ
ପ୍ରଥମ ପ୍ରେମର ଛୁଆଁ ଆଉ କାମନା ନିଆଁ
ଭୂଲିପାରେନା ଶେଷ ନିଃଶ୍ୱାସ ଥିବା ଯାଏ ପିଣ୍ଡେ
ମନେ ମନେ ଭଲ ପାଇବା ବି ଗୋଟେ ଉକ୍ତି
ଯେମିତି ସହପାଠୀ - ପାଠିନୀମାନେ
ଆଖି କଣେଇ ଦିଅନ୍ତି ଜଣେଇ
ମନ ହୃଦୟର ଝରକା ଖୋଲି ଦିଅନ୍ତି ବୁଲେଇ
ଅକୃତକାର୍ଯ୍ୟ ହେଲେ ବି ପ୍ରାତଃସ୍ମରଣୀୟ କହି
ମନେ ମନେ ସ୍ମରଣ କରିବା ବି ଗୋଟେ ଭକ୍ତି
ଯେମିତି ଘର ପରିବାର ମାନେ
ମରିଯାଇଥିବା ଜ୍ଞାତି କୁଟୁମ୍ବ ମାନଙ୍କୁ
ଶ୍ରାଦ୍ଧ ଅସ୍ଥି ବିସର୍ଜନ କର୍ମ କାଣ୍ଡ ମାଧ୍ୟମରେ
ମନେ ମନେ ଚିନ୍ତନ କରିବା ବି ଗୋଟେ ପ୍ରଶାନ୍ତି
ଯେମିତି ପ୍ରତ୍ୟେକ ପୁରୁଷ
ନିରୋଳାରେ ନିକାଞ୍ଚନ ପ୍ରହରେ
କଳ୍ପିତ ନାରୀର ଦେହ ଦେହଳୀକୁ ନେଇ
ମନ ମାନସୀର ବର୍ଦ୍ଧିତ ଭୂଗୋଳକୁ ନେଇ
ଅନେକ ଅଭିସାର ରଚିବାରେ ଯେ ଆନନ୍ଦ
ଅଭ୍ୟାସ ପାଳିଥିବା ବ୍ୟକ୍ତି ହିଁ ଜାଣେ
ଭାବନା କଳ୍ପନାରେ ହିଁ ମହାନନ୍ଦ
ସ୍ମରଣେ ସ୍ମୃତି ଚାରଣେ ହିଁ ନିରାନନ୍ଦ
ଆଉ ସବୁ ଛାର ଅଦରକାରୀ ମଣେ