ଶାମ୍ବ ଦଶମୀ ର ବାର୍ତ୍ତା
ଶାମ୍ବ ଦଶମୀ ର ବାର୍ତ୍ତା
ସୂର୍ଯ୍ୟ ପୂଜାର ପର୍ବ ଶାମ୍ବ ଦଶମୀ
ପୌଷ ଶୁକ୍ଳ ଦଶମୀରେ
ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଷ୍ଠ ମୁକ୍ତ
ସୂର୍ଯ୍ୟଙ୍କ ଉପାସନାରେ
ପୌରାଣିକ କାହାଣୀ ଅଛି ଜଡ଼ିତ
ଶାମ୍ବ ଦଶମୀ ସହିତ
କାହିଁକି ,କିପରି ଶାମ୍ବ ପାଇ ଶାପ
ପୁଣି ହେଲେ ଶାପ ମୁକ୍ତ
କୃଷ୍ଣ ସତ୍ୟଭାମା ଥିଲେ ଅନ୍ତପୁରେ
ମଜ୍ଜିଥିଲେ ପ୍ରଣୟରେ
ବିଚରା ଶାମ୍ବ କୁମାର ଦ୍ଵାର ଦେଶେ
ଥିଲେ ପ୍ରହରୀ ଆକାରେ
ସେ ସମୟେ ଦୁର୍ବାସା ଋଷି ପ୍ରବେଶି
ଅନ୍ତପୁର କୁ ଉଦ୍ୟତ
ଶାମ୍ବ ଙ୍କ ବାରଣ ଦେଖି ହେଲେ କ୍ରୋଧ
ଶାମ୍ବ ହେଲେ ଭୟଭୀତ
ମହା କୋପୀ ଋଷୀଙ୍କ ଭୟରେ ଶାମ୍ବ
ପ୍ରବେଶିଲେ ଅନ୍ତପୂର
କୃଷ୍ଣ ଅସଞ୍ଜତ ଅବସ୍ଥାରେ ଥାଇ
କ୍ରୋଧ ହେଲେ ଗୁରୁତର
ନିଜ ପୁତ୍ର ପ୍ରତି ଶାପ ଦେଲେ କୃଷ୍ଣ
ଶାମ୍ବ ଙ୍କୁ କୋଷ୍ଠ ବିଧେୟ
ପର ମୁହୂର୍ତ୍ତରେ ଦୁର୍ବାସାଙ୍କୁ ପ୍ରଶ୍ନ
କୋଷ୍ଠ ମୁକ୍ତିର ଉପାୟ
ସୂର୍ଯ୍ୟ ଆରଧନା ବଳେ ଶାପ ମୁକ୍ତି
ପ୍ରାପ୍ତି କହିଲେ ଦୁର୍ବାସା
ଅର୍କ କ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା
ଶାପ ମୁକ୍ତିର ଭରଷା
ନିଷ୍ଠାର ସହ ଶାମ୍ବ ଙ୍କ ସୂର୍ଯ୍ୟପୂଜା
ଦୀର୍ଘ ବାର ବର୍ଷ କାଳ
ପୌଷ ଶୁକ୍ଳ ଦଶମୀ ତିଥିରେ ମୁକ୍ତ
ଶାମ୍ବ ଲଭିଲେ ସୁଫଳ
ଶାମ୍ବ ଙ୍କ ନାମେ ପୌଷ ଶୁକ୍ଳ ଦଶମୀ
ଶାମ୍ବ ଦଶମୀ ଆକାରେ
ପାଳନ ହେଉଛି ବିଧି ବଦ୍ଧ ଭାବେ
ଭକ୍ତି ନିଷ୍ଠା ସହକାରେ
ସନ୍ତାନର ଆରୋଗ୍ୟ ମନାସି ମାଆ
ସୂର୍ଯ୍ୟଙ୍କୁ କରେ ପ୍ରାର୍ଥନା
ରୋଗ ମୁକ୍ତି ପରେ ଶାମ୍ବ ଦଶମୀରେ
ସୂର୍ଯ୍ୟଙ୍କର ବନ୍ଦାପନା
ସୁସ୍ୱାଦୁ ବ୍ୟଞ୍ଜନ ସହ ପିଠା ମିଠା
ଭିନ୍ନ ଭିନ୍ନ ପକ୍ବ ଫଳ
ଭୋଗ ଆକାରରେ ସମର୍ପଣ ସହ
ଦିନ ତମାମ ଚଞ୍ଚଳ
ରୋଗ ଦୁଃଖ ଦେଖି ନିଜ ସନ୍ତାନର
କାନ୍ଦି ଉଠେ ମାଆ ପ୍ରାଣ
ଶାମ୍ବ ଦଶମୀ ବ୍ରତ ମନାସି କହେ
ରଖ ସୂର୍ଯ୍ୟ ନାରାୟଣ
ଧନ୍ୟ ମାଆ ଧନ୍ୟ ତୋର ଅବଦାନ
ପ୍ରାଣ ଭିକ୍ଷା ପ୍ରାଣ ଦେଇ
ମାଆ ଚିତ୍ର ଆପେ ଆଖି ଆଗେ ନାଚେ
ଯେବେ ଦୁଃଖ ଥାଏ ରହି
ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟ ପୂଜା
ମାଆ ନାମରେ ଜଡ଼ିତ
ପ୍ରତି ମାଆ, ସନ୍ତାନର ସୁଖ ଚାହେଁ
ଶାମ୍ବ ଦଶମୀ କଥିତ ।
