STORYMIRROR

Narayan chandra Senapati

Fantasy Inspirational

4  

Narayan chandra Senapati

Fantasy Inspirational

ଶ୍ୱାନ ସମ୍ପର୍କକୁ ଦେଖ

ଶ୍ୱାନ ସମ୍ପର୍କକୁ ଦେଖ

1 min
23.6K


ଦେଖ ହେ ମଣିଷ ଦେଖ

ଚିରେଇତା ପାଣି ଚାଖ

ଆଲସେସିଆନ ଓ ଡଗରମ୍ୟାନଙ୍କ

ପ୍ରେମ ସମ୍ପର୍କରୁ ଶିଖ।


ଜନ୍ମ ହେଲା ଦିନୁ କାନ ଶୁଣିଥିଲା

ସ୍ଵଜାତି ପରହିଂସ୍ରକ,

ତାଙ୍କ ହିଂସା କ୍ରୋଧ ରୂପ ନେଇଥିଲା

ଅହି ନକୁଳ ସମ୍ପର୍କ,

   ମିଛ ହେଲା ସେହି ବାଣୀ

   ପୀରତି ଦେଲେଣି ବୁଣି

ଆଗାମୀ ପୁସ୍ତକେ ଲେଖା ହେବ ତାଙ୍କ

   ନୂଆ ସମ୍ପର୍କ କାହାଣୀ।୧।


ସମାଜ ଆଖିରେ ଯିଏ ଥିଲା ତୁଚ୍ଛ

ଆଜି ସିଏ ରାଜ କୁମାର

ବିଶ୍ବସ୍ତତାର ହିମାଳୟ ସିଏ 

ମହାନତା ହିନ୍ଦ୍ ସାଗର

   ତ୍ୟାଗୀ ନିଷ୍ଠାପର ଜୀବ

   ସୁରକ୍ଷା ତା'ଠୁ ଉଦ୍ଭବ

କେବେ ରହେ ଘରେ କେବେ ଚୋର ଧରେ

   ବାହେ ଶୃଙ୍ଖଳାର ନାଵ।୨।


ପୁସ୍ତକରେ ଯା' ନାଁ ଶ୍ରେଷ୍ଠ ଜୀବ ଥିଲା

ପ୍ରକୃତ ସମାଜେ ଛୋଟ

ବିଶ୍ବାସଘାତକତାରେ ସେ ଉତ୍କୃଷ୍ଟ 

ମାନବିକତାରେ ନିକୃଷ୍ଟ

   ଶ୍ୱାନକୁ କରିଲେ ଗୁରୁ

   ନିଶ୍ଚେ ହେବ ମହାମେରୁ

ରାଗ ହିଂସା ଛଳ ଭୁଲି କପଟତା

   ହେବ ବିଶ୍ୱେ ମହାଦାରୁ।୩।


ତା ସମ୍ପର୍କ ଦେଖି ଖୁସି ଆଜି ଜନ

(କହେ)ଭୁଲିଛି ହୀନତ୍ୱ ଶ୍ୱାନ

ଆତିଥ୍ୟତା ଶିଖି ସମ୍ପର୍କ ଯୋଡୁଛି

ସୁଜ୍ଞାନ କରି ଉତ୍ପନ୍ନ

    ଶିଖ ହେ ମଣିଷ ଜାତି

    ଭୁଲ ସମ୍ପ୍ରଦାୟ ନୀତି

ଶ୍ରଦ୍ଧାର ଦୀପରେ ପ୍ରେମ ଘିଅ ଢାଳ

   ଜଳିବ ଏକତା ବତୀ।୪।



Rate this content
Log in

Similar oriya poem from Fantasy