ସେନେହ ଡୋରି
ସେନେହ ଡୋରି
ସେନେହ ଡୋରି ଚୁମୁକି ଫୁଲ ଆବୋରି
ସୂତାରେ ଗୁନ୍ଥା ଫୁଲ ସରି
ରାକ୍ଷୀ ବୋଲାଇ ସାକ୍ଷୀ ଥାଇ ରହିଥାଏ
ଜୀବନେ ହୃଦୟ ଡୋରି
ଭାବ ବନ୍ଧନ ସମ୍ପର୍କ ଅଭିର୍ଣ୍ଣ ଅଭିନନ୍ଦନେ
ଆକାଶ ଉଆସ ଭାର ଭାରି
ସେନେହ ଡୋରି ଭାଇ ଭଉଣୀଙ୍କ ଭିତରେ
ମନ ମୁନ ଚୈତନ୍ୟ ଉଠଇ ପୁରି
ଥାଉ ପାଶେ ଅବା ଯେତେ ଦୂରେ ଭଉଣୀ
ପିଲାଦିନ ସ୍ମୃତି ପଡଇ ଝରି
ରାଗ ରୁଷା ମାନ ଅଭିମାନ ସ୍ନେହ ମମତା
ଜୀବନ ଅପରାହ୍ନେ ଭାରେ ଘାରି
ବରଷକର ଏ ଗୋଟିଏ ଦିନ ସ୍ନେହ ବନ୍ଧନ
ସୂତା ଟିଏ ସାଥେ ଚମକ ଭରି
ପିଲାଦିନ ମଧ୍ୟାହ୍ନ ସାୟାହ୍ନ ଅପରାହ୍ନ ବନ୍ଧନ
ଏହି ରାକ୍ଷୀ ସୂତାଟେ ପରି
ଅଦୃଶ୍ୟ ଭିତରେ ଅନ୍ଧାର ଆଲୋକ ସାଥିରେ
ମୁଗ୍ଧ ପରଶ ଦିଅଇ ଭରି
ସୂତାଟି ସଳିତା ସାଜ ତା ବଳିତା ଦୁଇକୁଳହିତା
ବାନ୍ଧି ଦୁହିତା ଭାଇ ହାତରେ ଡୋରି
ମନୋସ୍କାମନା ଉଠଇ ପୁରି ଜୀବନ ଦର୍ଶନ ଭରି
ଭାବେ ଭଉଣୀ ସେ ସ୍ୱର୍ଗଅପସରୀ
ଭାଇଟିଏ ଅଛି ଗଛଟି ପରି ସାଥେ ଦୁଃଖ ସୁଖ
ଦୁଆରେ ଠିଆ ସମତୁଲ କରି
ରହିଯା ବରଷା ଶୀତ କାକର କୁହୁଡି ଗିରିଷମତାତି
ବାନ୍ଧି ରାକ୍ଷୀ ଡୋରି ଆସୁ ଭଉଣୀ ଫେରି
ଏଘର ସେଘର ଦାଣ୍ଡରୁ ଦୁଆର ହେଉଥାଏ ଭାଇ
ଆସିବ ସୁଭଦ୍ରା ଭଉଣୀ ସଙ୍ଗେ ଭାବର ଡୋରି
ଗଇଁଠା ପିଠା ଅଣଲେଉଟା ଥାଉ ଏ ସ୍ନେହ ଶରଧା
ନଯାଉ ଫେରି, ଡାକ ମୋବାଇଲ ସହଜ ଭାରି
ସ୍ମୃତି ଫରୁଆରେ ଗୁନ୍ଥି କାଇଁଚ ପସରା ଅସରା ସାଥେ
ଭାଇ ଆସେ ଭଉଣୀ ପାଶେ ଝୁରାଇ ଝୁରି ।
