ସେମାନେ କୁହନ୍ତି
ସେମାନେ କୁହନ୍ତି
🙏ସେମାନେ କୁହନ୍ତି🙏
**********ଅପର୍ତ୍ତି ସେଠୀ
(ରମ୍ୟ ରଚନା)
ଢ଼ିଙ୍କି ଓ ଚକି ଶୀଳ କି ଚୁଲି
ମିଳିଛି ତାଙ୍କୁ ଛୁଟି,
ବସି ଏକାଠି ବେଳ କଟାନ୍ତି
କରନ୍ତି ନାନା ଖଟି।
ଢ଼ିଙ୍କିଶାଳରୁ ଢେଙ୍କାନାଳକୁ
କଥାଟା ଲମ୍ଵିଯାଏ,
ଆଜିକା ସ୍ତ୍ରୀ ଗୁଣ କୀର୍ତ୍ତନ
ବର୍ଣ୍ଣନା ସେଠି ହୁଏ।
ସମୟ ଥିଲା ଢିଙ୍କି ଶାଳଟି
ଥିଲା ପ୍ରତ୍ୟେକ ଘରେ,
ଧାନ,ଚାଉଳ ଇତ୍ୟାଦି କୁଟା
ହେଉଥିଲା ସେଥିରେ।
ସେ ଢ଼ିଙ୍କି କୁଟା ଚୂଡା,ଚାଉଳେ
ଭିଟାମିନ୍ ତ ଥିଲା,
ଢ଼ିଙ୍କି କୁଟିଲେ ସ୍ତ୍ରୀ ମାନଙ୍କ
ବ୍ୟାୟାମ ହେଉଥିଲା।
ଚୂଡାକୁଟାର ଢ଼ିଙ୍କି ପାହାରେ
ପାହୁଥିଲା ତ ରାତି,
ଆଜିର ସ୍ତ୍ରୀ ଟିଭି ଦେଖୁଛି
ଖଟୁଛି ଯନ୍ତ୍ରପାତି।
ସେ ଚକି ପେଶା ଅଟା ଯେ ମିଠା
କଳ ପେଶାରେ ନାହିଁ,
ଶୀଳ ବାଟିବା ବାଟଣ ଭାବ
ଗ୍ରାଇଣ୍ଡରରେ କାହିଁ ?
କାଠ ଓ ଘଷି ଚୂଲୀରେ ମାଟି
ହାଣ୍ଡି ରୋଷେଇ ସ୍ଵାଦ,
ଷ୍ଟିଲ୍ ଡିସ୍ରେ ଗ୍ୟାସ୍ ରାନ୍ଧଣା
ଡାକି ଆଣୁଛି ରୋଗ।
ଯୁଗ ବଦଳେ ସଂସ୍କୃତି ହଜେ
ମଣିଷ ଖଞ୍ଜେ ବୁଦ୍ଧି,
ଏସିରେ ଶୋଇ କେମିକାଲ ଖାଇ
ନେଟୱର୍କେ ହୋଇ ଛନ୍ଦି।
ଢ଼ିଙ୍କି ଓ ଚକି ଶୀଳ କି ଚୂଲୀ
ହୁଅନ୍ତି ଭୁଟୁଭାଟ ,
ମୋବାଇଲ ଯୁଗେ ମଣିଷ ଆଜି
ହରାଏ ମଣିଷତ୍ଵ।
ବାହାଘର ଗୁଆ ଶୁଦ୍ଧି ନିମନ୍ତା
ଫୋନ୍ ଫୋନ୍ରେ ହୁଏ,
ବାହାଘର ବେଳେ କାହିଁକି ପୁଣି
ଆମକୁ ଖୋଜାଯାଏ?
ଢ଼ିଙ୍କି ଓ ଚକି ଚୂଲୀ ମଙ୍ଗୁଳା
ବାହାଘରରେ ହୁଏ,
ବିଧିବିଧାନ ଲୋକ ଦେଖାଣ
ପରିହାସ ଏ ପ୍ରାୟେ।
ସମୟ ଥିଲା ଝିଅଟି ବିଦା
ବେଳେ ଆମକୁ ନିଏ,
ଆଜି ସେ ନିଏ ନୂଆ ଜିନିଷ
ଆମକୁ ଭୁଲି ଯାଏ।
ଆପତ୍ତି ନାହିଁ ଯାଅ ଆଗେଇ
ମଙ୍ଗଳେ ଜାଗା କିଣ,
ଚଳନ୍ତା ନାହିଁ କ'ଣ ଆମକୁ
ଦେଲେ ଟିକେ ସମ୍ମାନ।
ନାରୀ ଅଟନ୍ତି ଯେ ଗୃହ ଲକ୍ଷ୍ମୀ
ସଣ୍ଠଣା ତାର ହାତେ,
ପବିତ୍ର ସିଞ୍ଚା ଦାଣ୍ଡ ପହଁରା
ପାଇଟି ବୁଝେ କେତେ।
କିନ୍ତୁ ଆଜିର ନାରୀ ଗୋବର
ଛୁଇଁବା ପାଇଁ ଡରେ,
ଶାଶୁ,ଶ୍ୱଶୁର,ସ୍ଵାମୀ ସେବାରେ
ଜୀବାଣୁ ତାକୁ ଉଡ଼େ।
ପରକୀୟା ପ୍ରୀତି ମୋବାଇଲଚ୍ଯାଟିଂ
ସଭିଙ୍କୁ ବାୟା କରେ,
ଶାଢୀ ଫୋପାଡ଼ି ନାଇଟି ଚଡ଼ି
ଫେସନ ମେକପରେ।
ବିଦେଶିନୀର ମୁଣ୍ଡେ ଓଢ଼ଣୀ
ଆମ ସଂସ୍କୃତି ମାନି,
ବବ୍କଟ୍ ଚୂଳ ଯେ ଫରଫର
ବା଼ଃବାଃରେ ତୁ ଓଡିଆଣୀ।
ଏସବୁ କଥା ଶୁଣି ଯେବେ ମୁଁ
ତାଳିଟା ମାରିଦେଲି,
ପିଠିରେ ମୋର ଝାଡୁପ୍ରହାର
ଖାଇ ମୁଁ ଚିଲେଇଲି।
କ'ଣ ପାଇଁକି ପିଟିଲ କୁହ
ମୋତେ ହେ କୁନା ବୋଉ,
କୁହେ ମୋ ଭଳି ପାଗଳ ସିଏ
ଦେଖିନି କେବେ ଆଉ।
ସତ କଥାରେ ସପୋର୍ଟ କଲେ
ସ୍ତ୍ରୀଠୁଁ ଝାଡୁ ଖାଅ,
ସ୍ତ୍ରୀଭକ୍ତ ହୋଇ ପ୍ରଶଂସା କଲେ
ସ୍ତ୍ରୀଠୁଁ ପ୍ରେମ ପାଅ।
କାଳୀକୁତୁରୀ ହେଉ ପଛେ ସ୍ତ୍ରୀ
ସୁନ୍ଦରୀ ତାକୁ କୁହ,
କିନ୍ତୁ ଏ ମୂର୍ଖ ଅପର୍ତ୍ତି କୁହେ
ସ୍ତ୍ରୀ ବୋଲକରା ହୁଅ।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା)
😃😃7894398500😃😃
