STORYMIRROR

Brundabana Pradhan

Inspirational

3  

Brundabana Pradhan

Inspirational

ସେଇ ଛାଇ ସେଇ ଗଛ

ସେଇ ଛାଇ ସେଇ ଗଛ

1 min
189


ସୁଉଚ୍ଚ ଅଟ୍ଟାଳିକା ଭିତରେ 

ମୁଁ ତାକୁ ଖୋଜୁଛି

ସେଇ ଛାଇ ସେଇ ଗଛ 

ଆଜି ନିଶ୍ଚିହ୍ନ ହୋଇଛି। 


କେଇଟା ପ୍ଲାଷ୍ଟିକ ଫୁଲକୁ ନେଇ

ମୋ ଉଆସ ସଜାଉଛି

ସେଇ ଛାଇ ସେଇ ଗଛର 

ଫୁଲ ସବୁତକ ହଜିଯାଇଛି। 


ମହମହ ମଲ୍ଲୀ କେତକୀ ଗଜରାଅବା

ଗଙ୍ଗଶିଉଳୀର ବାସ୍ନା ହଜିଯାଇଛି

ସେଇ ଛାଇ ସେଇ ଗଛ 

ଆଜି ଝଡି ମଉଲିଯାଇଛି। 


ନିଦାଘ ଖରାରେ ବାଟୋଇ 

କମ୍ପାନୀର ଧୂଆଁ ସବୁତକ ପିଇଦଉଛି

ସେଇ ଗଛ ସେଇ ଛାଇ 

ଆଜି ହଜିଯାଇଛି। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational