Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance Classics

3  

Baman Chandra Dixit

Romance Classics

ସେହି ଦିନୁ

ସେହି ଦିନୁ

1 min
383


ତୁମେ ଆଖିରେ ଆଖିରେ କଥା ହେଉଥିଲ ଯେଉଁ ଦିନୁ,

ଚେତି ଚାହିଁଲା ପୀରତି ଛାତିରେ ଛାତିରେ ସେହି ଦିନୁ ।


ତୁମେ କତିରେ କତିରେ ବସୁଥିଲ ଯେବେ ଘସି ହୋଇ,

ମାରି ପୀରତି କଟାରି ଛାତିରେ ଛାତିରେ ସେହି ଦିନୁ ।


ତୁମ ନିଃଶ୍ବାସ ପବନ ଉଷୁମ ଉଷୁମ ଛୁଆଁ ଛୁଇଁ,

ମତୁଆଲା ନିଶା ଜାଳେ ଛାତିରେ ଛାତିରେ ସେହି ଦିନୁ ।


କହୁଥିଲ କଥା ତୁନି ତୁନି କାନ ପାଶେ ଓଠ ଛୁଇଁ,

ନେସି ଦେଇ କେତେ ନିଶା ଛାତିରେ ଛାତିରେ ସେହି ଦିନୁ ।


ଗଲା ଫଗୁଣ ଫେରିଲା ତୁମରି ବାଟକୁ ଚାହିଁ ଚାହିଁ,

ବିରହ ରାଗ ବିଳାପେ ଛାତିରେ ଛାତିରେ ସେହି ଦିନୁ ।


ଅତି ସରାଗରେ ଆସି ଆଖି ପତାକୁ ମୋ ଛୁଇଁ ଛୁଇଁ,

ଫେରିଯାଏ ନିଦ ନିତି ରାତିରେ ରାତିରେ ସେହି ଦିନୁ ।


ଆସ ବାନ୍ଧି ହୋଇଯିବା ପ୍ରେମର ନିବିଡ଼ ବନ୍ଧନରେ,

ମୃଦୁ ତୃପ୍ତି ପ୍ରୀତି ଥାପି ଛାତିରେ ଛାତିରେ ସେହି ଦିନୁ ।


ମୁଁ ଗୋ ବାମନ ତୁମେ ମୋ ଆଶା ଆକାଶର ଚନ୍ଦ୍ରକଳା,

ଛୁଇଁ ଦେଖିବାର ଆଶା ଛାତିରେ ଛାତିରେ ସେହି ଦିନୁ ।

   


Rate this content
Log in

Similar oriya poem from Romance