STORYMIRROR

Anandasankar Sahoo

Tragedy

2  

Anandasankar Sahoo

Tragedy

ସେଦିନ ର ସନ୍ଧ୍ୟା

ସେଦିନ ର ସନ୍ଧ୍ୟା

1 min
863

ମାଆ ତୁମେ ସିନା ଚାଲିଗଲ ଛାଡି କାନ୍ଦୁଛି ସବୁରୀ ପ୍ରାଣ   

  ଅଶ୍ରୁଳ ନୟନ ବିଗ୍ଦଧ୍ ପରାଣ ଆଜି ଝୁରୁଛି ଆମରି ମନ  


ତୁମ କୋଳେ ମା କେତେ ମୁଁ ଶୋଇଛି କଳନା ତାହାର ନାହିଁ  

ଶେଷ ସମୟ ରେ ମୋ କୋଳେ ଶୋଇବ ଭବିତ ନଥିଲି ମୁଁହିଁ 


ମୋ ସହିତ ତୁମେ କଥା ହୋଇ ହୋଇ ପ୍ରାଣ ତୁମ ଗଲା ଚାଲି 

ସ୍ନେହ ଭରା କଣ୍ଠେ କିଏ ସେ ଡାକିବ ଆନୁଆ ଆନନ୍ଦ ବୋଲି  


 ଭାବିଥିଲି ତୁମେ ସୁସ୍ଥ ହୋଇକରି ମୋ ସାଥେ ଫେରିଆସିବ 

ଭାବିତ ନଥିଲି ମୋତେ ଛାଡିକରି ସ୍ଵର୍ଗପୁର ତୁମେ ଚାଲିଯିବ  


ମନେ ପଡେ ଆଜି ସେଦିନ ର ସନ୍ଧ୍ୟା ଭୁଲି ତ ପାରିବି ନାହିଁ  

କହିଥିଲ ତମେ ଯାଉଛି ଯାଉଛି ଆଉ ମୁଁ ଫେରିବି ନାହିଁ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy