ସେଦିନ ର ସନ୍ଧ୍ୟା
ସେଦିନ ର ସନ୍ଧ୍ୟା
ମାଆ ତୁମେ ସିନା ଚାଲିଗଲ ଛାଡି କାନ୍ଦୁଛି ସବୁରୀ ପ୍ରାଣ
ଅଶ୍ରୁଳ ନୟନ ବିଗ୍ଦଧ୍ ପରାଣ ଆଜି ଝୁରୁଛି ଆମରି ମନ
ତୁମ କୋଳେ ମା କେତେ ମୁଁ ଶୋଇଛି କଳନା ତାହାର ନାହିଁ
ଶେଷ ସମୟ ରେ ମୋ କୋଳେ ଶୋଇବ ଭବିତ ନଥିଲି ମୁଁହିଁ
ମୋ ସହିତ ତୁମେ କଥା ହୋଇ ହୋଇ ପ୍ରାଣ ତୁମ ଗଲା ଚାଲି
ସ୍ନେହ ଭରା କଣ୍ଠେ କିଏ ସେ ଡାକିବ ଆନୁଆ ଆନନ୍ଦ ବୋଲି
ଭାବିଥିଲି ତୁମେ ସୁସ୍ଥ ହୋଇକରି ମୋ ସାଥେ ଫେରିଆସିବ
ଭାବିତ ନଥିଲି ମୋତେ ଛାଡିକରି ସ୍ଵର୍ଗପୁର ତୁମେ ଚାଲିଯିବ
ମନେ ପଡେ ଆଜି ସେଦିନ ର ସନ୍ଧ୍ୟା ଭୁଲି ତ ପାରିବି ନାହିଁ
କହିଥିଲ ତମେ ଯାଉଛି ଯାଉଛି ଆଉ ମୁଁ ଫେରିବି ନାହିଁ