STORYMIRROR

Anandasankar Sahoo

Tragedy

3  

Anandasankar Sahoo

Tragedy

ଆସିଛି କରୋନା

ଆସିଛି କରୋନା

1 min
109


ଉହାନ ସହରୁ ଆସିଛି କରୋନା

କିଏ କହେ ସୃଷ୍ଟି କରିଛି ଚାଇନା


ମିଡ଼ିଆ ଦେଲାଣି ବିଶ୍ଵ ର ସୂଚନା

ଲକ୍ଷ୍ୟାଧିକ ପ୍ରାଣ ନେଲାଣି କରୋନା


ମାରିବାକୁ ତତେ ସେ କରିଛି ପଣ

ନିଇତି ନିଏ ଏଠି ହଜାରେ ପ୍ରାଣ


ବିଶ୍ୱ ଯୁଦ୍ଧେ ଯାହା ହୋଇଥିଲା କ୍ଷତି

ତାହାଠୁ ବଳିଲା ଏ କରୋନା ସ୍ଥିତି


ଆମେରିକା ର ସେ ତ ଭାଙ୍ଗିଲା ଟାଣ

 ଇଟାଲୀ ର ସ୍ଥିତି ହେଲାଣି କରୁଣ


ଆଉ ଭାରତ କଥା....


 ଘଣ୍ଟ ହୁଳୂହୁଳି ବଜାଏ ଟିଣ

 କରୋନା ପଳା ତୁ ପକାଏ ରାଣ


ଦିପ ଧୂପ ଦେଇ କରେ ପ୍ରାର୍ଥନା

କରୋନା ତୁ ମୋତେ ଗ୍ରାସ କରନା


ସରକାର ଦଉଛି ନିତି ସୂଚନା

 ବୁଲିବାକୁ ବାହାରେ କରୁଛି ମନା


 କରୋନା ପାଇଁ କି ହୁଏ ଯୋଜନା

 ଅସହାୟ ପାଇବ କିପରି ଦାନା


ତୋରି ପାଇଁ ହୁଏ କେତେ ପ୍ରୟାସ

ନ ଯାଉ ଅକାଳେ ଶେଷ ନିଃଶ୍ୱାସ


ଅମାନିଆ ଲୋକ ଥୟ ହୁଏନା 

ଗାଡି ଧରି ବୁଲେ କରି ବାହାନା


 ବିଦେଶୁ ଫେରିଛି ତୋର ଭାଇନା

 କ୍ୱାରାଣ୍ଟାଇନ କୁ ସେ ରାଜି ହୁଏନା


ସଚେତନ କେବେ ହବୁ ଭାଇନା

ନହେଲେ ହୋଇବ ଜୀବନ ଚୂନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy