ପ୍ରେମ
ପ୍ରେମ
କି ଜନ୍ମର କି ପୂଣ୍ୟଫଳେ ଆସିଲ ଜୀବନେ ।
ସ୍ୱପ୍ନଗୁଚ୍ଛ ବୁଣିଦେଲ ହୃଦୟ ସ୍ପନ୍ଦନେ ।।
ବନ୍ଧୁ କି ବାନ୍ଧବୀ ଜାଣେନା ମୁଁ କିଛି ।
ତୁମ ଖୁସିରେ ମୋ ଖୁସି ମିଶିକି ଯେ ଅଛି ।।
ଛୋଟ ବେଳେ ଭାବୁଥିଲି ପ୍ରେମ ପିଲାଖେଳ ।
ଏବେ ମୁଁ ବୁଝିଲି ପ୍ରେମ ଶାନ୍ତିର ମନ୍ଦିର ।।
ଭଲ ପାଇ ତୁମକୁ ମୁଁ ଏତିକି ଜାଣିଲି ।
ଅବସାଦ ଜୀବନେ ଖୁସିଛିଟା ପାଇଲି ।।
ସତ ଭଲ ପାଇବାରେ ନଥାଏ ଛଳନା ।
ଭବିଷ୍ୟତ ନେଇ କେବେ କରିନି କଳ୍ପନା ।।
ତୂଳି ଧରି ନ ଜାଣି ବି ଆଙ୍କେ ତୁମ ଛବି ।
ଶବ୍ଦ ନ ଚିହ୍ନି ବି ଆଜି ହୋଇଛି ମୁଁ କବି ।।
ତୁମ ବିନା ଲାଗେ ସବୁ ରାତି ର ଅନ୍ଧାର ।
ତୁମେ ଥିଲେ ପାଖେ ତାହା ଖୁସିର ସାଗର ।।
ବାନ୍ଧବୀ ନ ହେଲେ ନାହିଁ ବନ୍ଧୁ ହିସାବରେ ।
ଥାଅ ତୁମେ ସଦାବେଳେ ମୋ ଚଲାପଥରେ ।।
ତୁମ କଥା ଭାବି ବସିଲେ ଭାବନା ସରୁନି ।
ଯେତେ ଭଲ ପାଇଲେ ବି ଏ ମନ ମାନୁନି ।।
ଦୁନିଆ ରେ ଯେତେ ଦିନ ମୁଁ ବଞ୍ଚିଥିବି ।
ଭଲ ପାଉଥିଲି ସେତେ ଭଲ ପାଉଥିବି ।।