STORYMIRROR

Anandasankar Sahoo

Abstract

2  

Anandasankar Sahoo

Abstract

ପ୍ରଥମ ପ୍ରେମ ର ପ୍ରଥମ ସ୍ମୃତି..

ପ୍ରଥମ ପ୍ରେମ ର ପ୍ରଥମ ସ୍ମୃତି..

1 min
705

ପ୍ରଥମ ପ୍ରେମ ର ପ୍ରଥମ ସ୍ମୃତି

ଭୁଲି କି ପାରିବି ସେ ଅନୁଭୂତି


ବର୍ଷ ପରେ ବର୍ଷ ଗଲାଣି ବିତି

କେତେ ପର୍ବ କେତେ ଯେ ତିଥି


ପ୍ରଥମ ପ୍ରେମ ର ପ୍ରଥମ ସ୍ମୃତି

ଚିର ସ୍ମରଣୀୟ ସେ ଅନୁଭୂତି


ଧକ୍ ଧକ ହୁଏ ଆଜି ବି ଛାତି

ମନେ ପଡିଗଲେ ପ୍ରଥମ ପ୍ରୀତି


ତୁମ ପ୍ରେମ ମୋର ଆଦୃଶ ଶକ୍ତି

ତୁମ ସ୍ମୃତି ମୋର ଜୀବନସାଥି


କେତେ ଲାଭ କେତେ ଯେ କ୍ଷତି

ଉନ୍ନତି ହୋଇଛି କିବା ଦୁର୍ଗତି


ହିସାବ ନ ରଖେ ଏ ପ୍ରେମପ୍ରୀତି

କେତେ ବର୍ଷ ଏଠି ଗଲାଣି ବିତି


ନୂଆ ନୂଆ ଲାଗେ ସେ ଅନୁଭୂତି

ଆଜି ବି ଗାଏ ମୁଁ ପ୍ରେମ ର ଗିତି


ନିଇତି ଗାଉଛି ତମ ଗୁଣ କୀର୍ତ୍ତି

ସଫଳତା ପାଇଁ କରେ ଆଳତି


ଜଗତ ଜିତା ହଉ ମୋ ସାଥି

ତମ ପାଖେ ପ୍ରଭୁ କରେ ମିନତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract