STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ସେ ପରା କାମଧେନୂ

ସେ ପରା କାମଧେନୂ

1 min
414


ସ୍ନେହ ମମତାର ଫଲ୍ଗୁ ଛୁଟେ ଏ

 ସଂସାରେ ମା'ର ଅନ୍ତରୁ,

ମାଆ ବୋଲି ସର୍ବବିଦିତ ସେହି ମା

ଅଟନ୍ତି ସଭିଙ୍କର ଗୁରୁ।

ମାଆ ତ ବସୁଧା ମାଆ ତ ଗୋମାତା

ପୂଜ୍ୟା ଜନ୍ମଦାତ୍ରୀ ମାତା,

ଭୂମିଷ୍ଠ ପରଠୁ ଉପହାର ରୂପେ

ଦେଇଛନ୍ତି ତ ବିଧାତା।

ଗୋମାତା ଚରଣ ନିତି ପୂଜୁଥିଲେ

ଧନ ଜନ ଆୟୁ ବଢେ,

ତେତ୍ରିଶକୋଟି ଦେବାଦେବୀ ଥାନ୍ତି

ତାଙ୍କ ଲୋମ କୂପ ମୂଳେ।

ଗଙ୍ଗାଜଳ ଠାରୁ ପବିତ୍ର ଅଟଇ

ଏହି ଗୋମାତାଙ୍କ ମଳ,

କେତେ ରୋଗର ଯେ ମହୋଷଧି ହୁଏ

ତାଠାରୁ ନିର୍ଗତ ଜଳ।

ଅମୃତ ଅଟେ ଗୋମାତାଙ୍କ ଦୁଗ୍ଧ

ନୁହେଁ କେହି ତାହା ସରି,

ଗୋମାତା ଆଶିଷେ ଦୁଃଖ ଦୂର ହୁଏ

ଦମନ କରେ ବଇରୀ।

ଗୋମାତା ଉଦର ଯେ ସନ୍ତୋଷେ ଭରେ

ଖୁସି ହ୍ୟୁନ୍ତି ଦେବାଦେବୀ,

କାମଧେନୂ ପରି ଅଜାଚିତେ ସର୍ବ ଆଶା ତା'ର

ପୂରଣ କରନ୍ତି ଗୋମାତା ଦେବୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational