ସେ ପରା ବନ୍ଧୁ
ସେ ପରା ବନ୍ଧୁ
କି ସ୍ଵର୍ଗୀୟ ଭାଵନାର ମଧୁରାଷ୍ଟକ ଏ ଶବ୍ଦ,
ମହାର୍ଘ୍ୟ ମୂହୁର୍ତ୍ତର ଚେତନାର ଅବ୍ଦ୍ଦ,
କୋଟି ତପସ୍ୟାର ତପୋବନର
ସାଧନାର ବୀଜମନ୍ତ୍ରେ ସିଦ୍ଧ
କିଏ, କିଏ ଗଢିଲା ଏ ଶବ୍ଦ !
କେଉଁଠି ପ୍ରାରମ୍ଭ ପୁଣି ଶେଷ ଏ ଦୁଇଟି
ଅକ୍ଷରର ଅଗ୍ନି ସ୍ଫୁଲିଙ୍ଗ,
ଶକ୍ତି ସାମର୍ଥ୍ୟର ଅମୋଘ ଅସ୍ତ୍ର
ଏକଲା ପଣର ଆଶ୍ଵାସନା କେନ୍ଦ୍ର,
ଶ୍ରୀକୃଷ୍ଣ ସୁଦାମା ଚର୍ଚ୍ଚିତ
ବନ୍ଧୁ ମହାନ୍ତି, ଚୈତନ୍ୟ, ବାଲ୍ମୀକି
ଦାସିଆ ସାଲବେଗ।
ଭକ୍ତର ଭକ୍ତିରେ ,ଦୁଃଖିର ଦୁଃଖରେ
କରୁଣାର କୃପାରେ
ଦୀନବନ୍ଧୁ, ଜଗବନ୍ଧୁ , ନୀଳସିନ୍ଧୁ
ଆବଦ୍ଧ ନୁହେଁ ଛନ୍ଦରେ,
ବନ୍ଧୁମହାନ୍ତି ଜୟଦେବ ଗୀତିଗୋବିନ୍ଦେ
ବନ୍ଧୁ ! ଗୋପୀ ଗୋପାଳଙ୍କ ମେଳରେ
ବନ୍ଧୁ ତୁମକୁ କୋଟି ଜୁହାର ଆଜିର ଦିନରେ।
