ସେ ଦିନ ସେ ହୋଲି କଥା
ସେ ଦିନ ସେ ହୋଲି କଥା
ମନେପଡେ ପିଲା ଦିନ ହୋଲି କଥା
କେତେ ଖୁସି କେତେ ଆନନ୍ଦରେ
ରଙ୍ଗ ଗୋଳୁଥିଲୁ ଘରେ ଘରେ
ସାଙ୍ଗ ସାଥି ମେଳରେ
ଉପହାସ ଛଳରେ
ରଙ୍ଗୀନ ହୋଇଯାଉଥିଲୁ
ମହାଆନନ୍ଦରେ.............।
ଭିନ୍ନ ଭିନ୍ନ ରଙ୍ଗ ଆଣି
ମଖାଉଥିଲୁ କେତେ କଉତୂହଳରେ
ଏ ସାହି ସେ ସାହି ପିଲା ଯାକ
ମେଳ ହୋଇ ବାଜାବଜାଇ
ନାଚି ନାଚି ରଙ୍ଗ ଯାଏ ସରି
ମହା ଆନନ୍ଦରେ ମନ ଯାଏ ଭରି
ମନେପଡେ ପିଲାବେଳ
ସେଦିନ ସେ ହୋଲି କଥା
ସ୍ମୃତିରେ ଯାହା ଥିଲା ଲେଖିଲି କବିତା । ।
