STORYMIRROR

Anil kumar Pradhan

Inspirational

3  

Anil kumar Pradhan

Inspirational

ସଚେତନ ପାଇଁ ପଦେ (ଏକ )

ସଚେତନ ପାଇଁ ପଦେ (ଏକ )

2 mins
313

ଶୁଣ ଶୁଣ ସୁଜ୍ଞଜନ ଦେଇ ମନ କର୍ଣ୍ଣ

ସତର୍କ ହୋଇବା ଆମ୍ଭେ ନିତ୍ୟ ପୁଣି ଜାଣ ll

ସଚେତନ ହେଲେ ସବୁ ଜାଗିବ ଏ ଦେଶ

ଜାଗିବ ସମାଜ ପୁଣି ହୋଇ ରୋଗ ନାଶ ll

ଦିଲ୍ଲୀ ଠାରୁ ପଲ୍ଲିଯାଏ ସଭିଙ୍କ ଏ ମତ

ହୃଦେ ଜାଗୁ ତୁମ ଯେତ ଶିକ୍ଷା ମାନବିକ ll

ସର୍କାର ସମ୍ପତି ଯେତେ ଭାବି ନିଜ ଧନ

ତଦାରଖ କର ଜନେ କରି ଚିତ ଜ୍ଞାନ ll

ଶାରୀରିକ ମାନସିକ ବ୍ୟାଧି ଯେତେ ଅଛି

ବୁଝାମଣା କଲେ ଧନ କଟିଯେ ଯାଉଛି ll

ମନରେ ମନକୁ ଯେବେ ବୁଝିଯିବ ତୁମେ

ସଂସାରରୁ ସବୁ ବ୍ୟାଧି ନାଶ ହେବ ତେବେ ll

ସାମାଜିକ ବ୍ୟାଧି ଯେତେ ବଡ଼ ମହାମାରୀ

ସଚେତନ ହୋଇ ରଖ ସୃଷ୍ଟିକୁ ଆମ୍ଭରି ll

ଏ ଅଧମ ଦୁଃଖୀ ରଙ୍କୀ କରୁଛି ଜୁହାର

ଜ୍ଞାନିଗଣ କ୍ଷମା ଦେବେ ଭୁଲ ଥିଲେ ମୋର ll

ଅନୀଲ କହୁଛି ବାକ୍ୟେ ନତମସ୍ତ ହୋଇ

ସମାଜର ବ୍ୟାଧିସବୁ ଏବେ ବଖାଣଇ ll

(ଏକ )

ମୋ ଭାବନା ବୋଲେ ଯାହା ବ୍ୟାଧି ସମାଚାର

ଦୁର୍ନୀତି ଯେ ଗଣାହେବ ଏହି ସମାଜର ll

ଗାଁ ଠାରୁ ରାଜଧାନୀ ଦୁର୍ନୀତି ଦୁର୍ନୀତି

ଭୋଟ ପ୍ରଥା ଆଜି ସବୁ ଚୁଲିକି ଯାଇଛି ll

ଗରିବଠୁ ଧନୀଯାଏ ନିଜ ସ୍ୱାର୍ଥ ଦେଖି

ନିଜ କର୍ତବ୍ୟରୁ ପୁଣି ନିଅନ୍ତି ବିରତି ll

ପିଅନ ଠୁ ଦେଖି ଦେଖି ଗଲେ ପ୍ରେସିଡେଣ୍ଟ

ଦେଖିବ ମେରୁଦଣ୍ଡରେ ଥିବ କିଛି ମେଣ୍ଟ ll

ଆମ ସାଧାରଣ କଥା କହିବା ଯେ ଛାଡ଼

ଏକ ଟଙ୍କା ପାଇଁ ସେହି ମୁଣ୍ଡ ନିଏ ଜାଣ ll

ଆଉ ବାଣିଜ୍ୟର କଥା ନକହିବା ଭଲ

ବେପାର ନାମରେ ଖାଲି ଠକ ପଲ ପଲ ll

ଦୁର୍ନୀତିରେ ଏ ସମାଜ ହୁଏ ଖୋଳତାଡ

ପିମ୍ପୁଡି ଠୁ ହାଥୀ ଯାଏ କେହି ନୁହେଁ କାର ll

ଅଜାଣତେ ଧରାପୃଷ୍ଠେ ଏ ବ୍ୟାଧି ମାତିବ

ଭାଈ ଭାଈଚାରା ଭୁଲି ଜୀବନ ଯେ ଯିବ ll

ଶିକ୍ଷାର ମାଧ୍ୟମ ଠାରେ ଟିକେ ନଜରିବା

ଦୁର୍ନୀତିର ବୀଜମନ୍ତ୍ର ସଭେଁ ପରଖିବା ll

ପରୀକ୍ଷାର୍ଥି ପାଇଁ ପୁଣି ପରୀକ୍ଷକ କରେ

ପରୀକ୍ଷକ ମୁଣ୍ଡେ ମାଡ଼ ଛାତ୍ରଛାତ୍ରୀ ମେଳେ ll

କେହି କେହି ଶିକ୍ଷା କ୍ଷେତ୍ରେ ଦୁର୍ନୀତି କରନ୍ତି

ଜାଣି ଜାଣି ଭବିଷ୍ୟତ ପଙ୍କକୁ ନିଅନ୍ତି ll

ଚାକିରୀ ପାଇବା ବେଳେ ହୁଏଯେ ଦୁର୍ନୀତି

ମଧ୍ୟମ ଶ୍ରେଣୀର ଲୋକେ ହୁଏ ଛାଟିପିଟି ll

କଥାରେ କଥାରେ ପୁଣି ଲଥାକୁ ଦେଖିଲେ

ମନ୍ତ୍ରୀ ପୁଅ ମନ୍ତ୍ରୀ ହେବ ଏକଥାଟି ଭଲେ ll

ବାପା ମାଆ ପୁଅ ସବୁ ଦୁର୍ନୀତି କରିଲେ

ପରିବାର କଥା ପୁଣି ମନରୁ ତେଜିଲେ ll

ଝିଅ ଗୋଟେ ଅଛି ବୋଲି ସବୁ ଭୁଲି ଭାଲି

ପଛନ୍ତେ ସେ ଖୋଜୁ ଥାନ୍ତି କାହିଁ ଅଳି ଅଳି ll

ଜାଣି ଶୁଣି ସର୍ବେ ମିଶି କରୁଛ ଦୁର୍ନୀତି

ପଶ୍ଚାତେଭୋଗିବ ସର୍ବେ ତାର ପରିଣତି ll

ଏ ଦାରିଦ୍ର ତୁମ୍ଭପାଶେ କରୁଛି ବିନତି

ମାନବିକ ଚିନ୍ତାଧାରେ ଭାସୁ ତୁମ ମତି ll

ବଖାଣିଲେ ଦୁର୍ନୀତିର କଥା ଗୋଟି ଗୋଟି

ନସରିବ କେବେ ହେଲେ ଅନୀଲ କହୁଛି ll

କଢ଼ଲିପି (କ୍ରମଶଃ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational