STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ସ୍ଵଚ୍ଛତା

ସ୍ଵଚ୍ଛତା

1 min
207

କୁନା ମୁନା ଟୁନା ଆସରେ

ପାଳିବା ସ୍ଵଚ୍ଛତା ଦିବସ

ବୁଲି ବୁଲି ଆମେ କହିବା

ପଲିଥିନର କେତେ ଦୋଷ।

ସ୍ୱଚ୍ଛ ଭାରତ ଗଢ଼ିବାରେ

ଆଶା ଥିଲା ବାପୁଜୀଙ୍କର

ସେହି ବାପୁ ଜନ୍ମ ଦିନରେ

ସଭିଏଁ ହେବା ଆଗୁସାର।

ନ ଛୁଇଁ ଆମେ ପଲିଥିନ

ତିଆରି କରି କନା ମୁଣି

ବ୍ୟବହାର କରି ଶିଖିବା

ନିଜକୁ ସୁରକ୍ଷିତ ମଣି।

ଆବର୍ଜନା କରି ପରିଷ୍କାର

ଦେବା ତାକୁ ଖାତରେ ପୋତି

ସ୍ୱଚ୍ଛ ହେବ ଆମ ଭାରତ

ଚତୁଃପାର୍ଶ୍ୱ ଝରିଵ ମୋତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational