STORYMIRROR

Nrusingha Narayan Tripathy

Inspirational Children

4  

Nrusingha Narayan Tripathy

Inspirational Children

ସବୁଜୀକରଣ

ସବୁଜୀକରଣ

1 min
409


ଗ୍ଲୋବ ଅଟଇ ନମୁନା ପୃଥିବୀ

ଦେଖିବାକୁ ଗୋଲାକାର

ଉପରେ ଜୀବନ ଭୂମିରୂପ ତାର

ଭିତରଟା ଶିଳାସ୍ତର ll


ପୃଥିବୀ ପୃଷ୍ଠର ଭୂମିରୂପ ସବୁ

ସମୁଦ୍ର ପାହାଡ଼ ଭୂମି 

ଝରଣା ଜଙ୍ଗଲ ନଦୀ ମାଳଭୂମି

ବୃକ୍ଷ ଲତା ବଣ ଭୂଇଁ ll


ତିନିଭାଗ ଜଳ ଏକ ଭାଗ ସ୍ଥଳ

ଧାରଣ କରିଛି ମହୀ

ସମୁଦ୍ର ବରଫ ହ୍ରଦ ନଦୀ ନାଳ

ଜଳରେ ରହିଛି ପୁରି ll


ସବୁଜ ବନାନୀ ଧାରଣ ଶରୀର

ପ୍ରତିଛବି ପୃଥିବୀର

ଜୀବ ଜନ୍ତୁ ବାସ ଧରିତ୍ରୀ ଉପରେ

କରନ୍ତି ନାନା ଜାତିର ll


ବୃକ୍ଷକୁ ହାଣିକି ଜଙ୍ଗଲ ଧ୍ୱଂସରେ

ମଣିଷର ମନ୍ଦବୁଦ୍ଧି

ସବୁଜ କୋଠରୀ ପ୍ରଭାବେ ପୃଥିବୀ

ତାପମାତ୍ରା ହୁଏ ବୃଦ୍ଧି ll


ଗଛ ଲତା ପ୍ରାଣ ପୃଥିବୀ ପୃଷ୍ଠର

କରନା ତାର ଛେଦନ

ଜୀବ ଜନ୍ତୁ ବାସ ଖାଦ୍ୟର ଭଣ୍ଡାର

ଧରିତ୍ରୀ ଶୋଭା ବର୍ଦ୍ଧନ ll


ଓଜନ ସ୍ତରର କ୍ଷୟରେ ପୃଥିବୀ

ସୂର୍ଯ୍ୟଙ୍କର ତେଜ ଘୋର

ବଂଚିବା ରହିବା ସମ୍ଭବ ନୁହଇଁ

ଜଳବାୟୁ ଭୟଙ୍କର ll


ବୃକ୍ଷ ଲତା ହୀନ ପୃଥିବୀ କାନ୍ଦୁଛି

ଶ୍ରୀହୀନ ତାର ଶରୀର

ଜୀବ ଜନ୍ତୁ ସବୁ ବିଲୁପ୍ତ ହେଲାଣି

ବାରେ ଟିକେ ଚିନ୍ତାକର ll


ଅମ୍ଳଜାନ ବିନା ମଣିଷ ମରୁଛି

ଭୋଗି ନାନା ରୋଗ ଦୁଃଖ

ସବୁର କାରଣ ଜଙ୍ଗଲ କ୍ଷୟ ତ

ନ ମିଳେ ସଂସାରେ ସୁଖ ll


ସଚେତନ ହୁଅ ମାନବ ଏବେଠୁ

ଜଙ୍ଗଲ ସୁରକ୍ଷା କର

ବନ୍ୟ ସଂରକ୍ଷଣ ଏକାନ୍ତ ଜରୁରୀ

ନିୟମ କଠୋର କର ll


ଗଛ ତ ଜୀବନ ସମାଜ ପାଇଁ କି

ବୃକ୍ଷ ଚାରା ଲଗାଇବା

ବୃକ୍ଷ ର ଯତନ ସଭିଏଁ କରିକି

ଜୀବନ ରକ୍ଷା କରିବା ll


ସବୁଜୀକରଣ କରିବା ପୃଥିବୀ

ସୁନ୍ଦର ବନାନୀ ଗଢି

ଗଛ ଲଗାଇଲେ ଜୀବନ ବଂଚିବ

ଲୋକେ ସଚେତନ କରି ll



Rate this content
Log in

Similar oriya poem from Inspirational