STORYMIRROR

Padmini sahu

Abstract Romance

3  

Padmini sahu

Abstract Romance

ସ୍ବର୍ଗୀୟ ମିଳନ

ସ୍ବର୍ଗୀୟ ମିଳନ

1 min
87

ଦିବାକର ଶୋହେ ଦୂର ନଭ ଦେହେ 

                 ସରସୀ ରେ ପଙ୍କଜିନୀ

ଯୋଜନ ଯୋଜନ ଦୂରତା ରେ ଥାଇ

                 ଚାନ୍ଦ ଚାହେଁ କୁମୁଦିନୀ।। 

ଦୂର ବହୁଦୂର ରହି ଦିବାକର

              ପ୍ରଣୟ ପିୟୁଷ ଢ଼ାଳେ

ସରସୀ ରେ ବିିିଜେ ରୂପସୀ ପଦ୍ମିନୀ

              କୋଟି ପ୍ରଣିପାତ କରେ।। 


ନିଶାର୍ଦ୍ଧ ରେ ଆସି ନିଶାକର ବସି

               ଚାହୁଁ ଥାଏ କୁମୁଦିନୀ

ନିଦ୍ରା ତନ୍ଦ୍ରା ତେଜି ଜଗି ରହିଥାଏ

                ରୋଷ ଭାଂଗି ଅଭିମାନୀ।। 

ସୂର୍ୟ୍ଯମୁଖି ସଦା ଚାହିିଁ ରହି ଥାଏ

               ହୁର୍ଦରତ୍ନ ଅଂଶୁମାନ

ଦୂରାକାଶେ ଦେଖି କଳାବଉଦ କୁ

               ମୟୂରୀୀ ପୂଚ୍ଛ ଯେସନ।। 


ଦୂରତା ରେ ଅତି ସମାନ୍ତର ଗତି

             ନାହିଁ ତାଙ୍କ ଛେଦବିନ୍ଦୁ

ଦର୍ଶନ ମାତ୍ରକେ ହ୍ରୁଦେ ଅନୁଭବ

            ପ୍ରଣୟ ର ମହାସିନ୍ଧୁ।। 


ମାତ୍ର ଉପସ୍ଥିତେ ପ୍ରାଣ ପୁଲକିତେ

             ପାଇଲେ କି କୋଟିଧନ

ବହୁ ଦୂରେ ଥାଇ ଆତ୍ମା ପରିିିତୃପ୍ତ  

             ସ୍ବର୍ଗୀୟ ଯାର ମିଳନ।।। 

                     

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract