STORYMIRROR

Sudhanjali Mishra

Inspirational

4  

Sudhanjali Mishra

Inspirational

ସ୍ବପ୍ନର ସାକାର

ସ୍ବପ୍ନର ସାକାର

1 min
365

ସ୍ବପ୍ନର ସାକାର

ଦେଖିଥିଲି ପିଲାଦିନୁ ଅନେକ ସପନ

କିଛି ରହିଗଲା ବାକି

ତଥାପି ,କିଛିତ ହୋଇଛି ପୂରଣ ...।

ନାରୀ ଜନ୍ମର ସାର୍ଥକତା

ଆଦର୍ଶ ମା'ର ଗୌରବତା

ପରିବାରେ ସ୍ନେହ ଗାମ୍ଭୀର୍ଯ୍ୟତା

ଧୈର୍ଯ୍ୟମୟୀ ନାରୀ ନିଷ୍ଠାପରତା

କର୍ମରେ ହୋଇ ତଲ୍ଲୀନ

ସାଜିଲି ମୁଁ ଶିକ୍ଷୟିତ୍ରୀ

ସାଧାରଣ କବୟିତ୍ରୀ

ଭାବିନେଲି ସପନ ମୋ 

ହୋଇଗଲା ପୂରଣ

କାହିଁକି ..?କେଜାଣି ...?

ବାସହରା ହେଲି ମୁଁହି

ଛାଡି ଚାକିରି ଜୀବନ....।

ତଥାପି ,ହାରିନାହିଁ ...

ଜୀବନରେ କେବେ ....

ଜୀବନ ସହ କରୁଛି ସଂଗ୍ରାମ

ସାଜିଗଲି ଗାୟିକା ମୁଁ

କରି ଭଗବାନଙ୍କୁ ଜଣାଣ...

ଜାଣିଗଲି ....

ଗୋଟିଏ ରାସ୍ତା ବନ୍ଦହେଲେ

ଖୋଲିଯାଏ ଅନେକ ଦ୍ବାର.....

ଧୈର୍ଯ୍ୟ ଧରି ଆତ୍ମବିଶ୍ବାସରେ

ଆଗକୁ ଗଲେ ମାଡି

ସପନ ସବୁ ହୋଇବ ସାକାର

ହୃଦୟ ରହିଲେ ନିର୍ମଳ

କୃପା କରନ୍ତି କରୁଣାବତାର ....।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational