STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସ୍ବପ୍ନ

ସ୍ବପ୍ନ

1 min
91

ସ୍ବପ୍ନ ଗୁଡା ସବୁ 

ଓଦା କାନ୍ଥ ପରି ଲାଗେ 

ସ୍ବପ୍ନ ଗୁଡା ସବୁ 

ମରୁବାଲି ର ସପ୍ତରାଗେ 

ସ୍ବପ୍ନ ଗୁଡା ମୋର 

ଛାୟାକଳ୍ପ ସାଜି 

ହଜେ ଭିଜେ ମୁଁ ଖୋଜେ 

ତମେ ଯେବେଠାରୁ 

ସ୍ୱପ୍ନରେ ଆସୁଛ 

ବଂଶୀ ସ୍ଵନ ଖାଲି ଶୁଭେ 

କେବେ ଡାକେ କିଏ 

ସ୍ୱପ୍ନରେ ରାଧା ରାଧା 

କେବେ ଡାକେ ମୀରା 

ମୁଁ କିନ୍ତୁ ଉଠି ଜାଗେ 

ସତ ନୁହେଁ ଯଦି 

ସ୍ୱପ୍ନକୁ ଭାଵି 

ମୁଁ ଅଛି କେଉଁ ଲୋଭେ 

ତଥାପି ମୋ ସ୍ବପ୍ନ 

ଉଙ୍କି ମାରୁଥାଏ 

କେବେ ସ୍ନେହ 

ପ୍ରେମ ଅବା ଅନୁରାଗେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract