STORYMIRROR

Sudhir Kumar Panda

Inspirational

3  

Sudhir Kumar Panda

Inspirational

ସ୍ବପ୍ନ ମୋ ଆକାଶ ଛୁଆଁ

ସ୍ବପ୍ନ ମୋ ଆକାଶ ଛୁଆଁ

1 min
11.6K

ସ୍ବପ୍ନ ମୋ ଆକାଶ ଛୁଇଁବା ପାଇଁକି ପାଖେ ମୋ ସାଧନ ନାହିଁ

ତଥାପି ମୁଁ ମୋର ସପନକୁ କେବେ ମରିବାକୁ ଦେଇ ନାହିଁ।

ସାଇକଲ ଧରି ଚଲାଉ ଚଲାଉ ପର ଉଡା ସ୍ବପ୍ନ ଦେଖେ

ଭୂଇଁରେ ଲାଗି ମୁଁ ଉପର ଆକାଶ ଛୁଇଁବାର ଲକ୍ଷ୍ୟ ରଖେ।

ଦୁଇ ପାଦ ଯଦି ଦୁଇ ଚକା ହେଲା ଚକା ଦୁଇ ହେବ ପକ୍ଷ

ଉଡି ମୁଁ ବୁଲିବି ଆକାଶ ବୁକୁରେ ସ୍ବପ୍ନ ମୋ ଆକାଶ ବକ୍ଷ।

ସେ ନୀଳ ଗଗନ ବକ୍ଷରୁ ଦେଖିବି ସବୁଜ ସୁନ୍ଦର ଧରା

ସେଇ ମୋର ମାଆ ଅତି ମନୋରମା ଉତ୍କର୍ଷତାର ପସରା।

ମନପବନର କଠଉ ମାଡି ମୁଁ ବୁଲିବି ଦେଶ ବିଦେଶ

ଯେତେ ପାରେ ଦୁଃଖ ଦୂର ମୁଁ କରିବି ଫୁଟାଇ ମୁହଁରେ ହସ।

ସେଇ ହସ ମୋର ସଂକ୍ରମିତ ହୋଇ ସଭିଙ୍କ ପରାଣ ଛୁଉଁ

ମୋହରି ମନରେ ମୋହରି କର୍ମରେ ସଭିଙ୍କ କଲ୍ୟାଣ ହେଉ।

ଗଡି ଚାଲୁ କିମ୍ବା ଉଡିଚାଲୁ ମୋର ସପନର ମତି ଗତି

ତୁମରି ପରାଣ ଟିକେ ଛୁଇଁ ଦେଉ, ସେଇ ଅସଲ ସମ୍ପତ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational