Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.PriYa❤️

tragedy

5.0  

Priyadarsini Das.PriYa❤️

tragedy

ସ୍ବାର୍ଥପର ପ୍ରେମିକା

ସ୍ବାର୍ଥପର ପ୍ରେମିକା

1 min
513



ପ୍ରିୟା ମୋର ତୁ ଭାରି ସ୍ବାର୍ଥପର 

  କରିଲୁ ମୋତେ ସାତପର ,

ଭାବିଥିଲି ତୁ ଏକା ମୋ ନିଜର 

 ଛାଡି ଗଲୁ କାଇଁ ତୁ ଏତେ ଦୂର ।


 ତୋ ହାତରେ ଶଙ୍ଖା,ମଥାରେ ସିନ୍ଦୁର

   ନୁହେଁ ତ ସେ ମୋହର ,

ପିନ୍ଧି ନାଲି ଶଙ୍ଖା ,ନାଇ ଅଳତା ଗାର

   ହୋଇଲୁ ତୁ ଆଉ କାହାର ।


ନାଲି ଶାଢୀ ରେ ଗୋରା ଦେହ ତୋର 

 ଆହାଃ ଲାଗେ କି ସୁନ୍ଦର ,

ଏ ବଧୂବେଶ ତୋର 

ହଜାଇଦେଲା ମୋ ଅଧିକାର ।


ମୋତେ ନ ଦେଖିଲେ କାଲି କାନ୍ଦୁଥିଲୁ

  ଆଜି କାଇଁ ଏତେ ବଦଳିଲୁ , 

କାହା ହାତ ଧରି ଏରୁଣ୍ଡି ଡେଇଁଲୁ 

    ମୋ କଥା ନ ଭାବିଲୁ ।


ତୁ ପାଇଗଲୁ ତୋ ସାଥୀଟିଏ 

  ମୋ ପ୍ରେମକୁ ସମାଧି ଦେଲୁ , 

ମୁଁ ଚାହିଁଅଛି ତୋ ବାଟ ଟିକୁ 

   ତୁ ଆଉ ନ ଫେରିଲୁ ।


ମନ ଟିକୁ ମୋର ଭାଙ୍ଗି ଚାଲିଗଲୁ 

  କି ଦୋଷ ଥିଲା ମୋହର ,

ଏ ମିଛ ସଂସାରେ , ଠକିଗଲି ମୁଁ 

   ଲାଗିଲା ମନେ ପ୍ରହାର ।


ଦେଇଗଲୁ ଧୋକା , ମନକୁ ମୋର

   ପିଆଇ ପ୍ରେମର ଜହର , 

ଜିଇଁ ଥିବା ଯାଏଁ ମନେ ଥିବ ମୋର

   ତୁ ଥିଲୁ କେତେ ସ୍ବାର୍ଥପର ।


Rate this content
Log in