STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ସ୍ବାଧୀନତା ,,,,,,,,,,,,,,,,,

ସ୍ବାଧୀନତା ,,,,,,,,,,,,,,,,,

1 min
11


ଜୀବନରେ ଥରେ ହଜିଯାଆନ୍ତିକି 

ଖରା ବରଷା ଶୀତ ବସନ୍ତରେ 

ଖରା ଧୋଇନେଲା ଗୁଣ ଅବିଗୁଣ ସାଥେ 

ବରଷା ମାପିଲା ପ୍ରତି ପଦପାତେ 

କୁବୁଜା ବୁଜୁଳି ଜଡ଼ାଇ ଶୀତ ଓ ବସନ୍ତେ 

ପାଇଲି କେତେ ହରାଇଲି କେତେ 

ସ୍ବାଧୀନତାରେ ଆବିଳତା ଏତେ 

ଆକଟ ନିକଟ ବକଟେ ବେଳୁ

ସ୍ଥାନ କାଳ ପାତ୍ର ଭୁଲି ଢିଲା ସକାଳୁ 

ପାଞ୍ଚ ଇନ୍ଦ୍ରିୟ ହୁଗୁଳୁ ହୁଗୁଳୁ 

ବାର୍ଦ୍ଧକ୍ୟ ଛାଡେକି କେଵେ କବଳୁ 

ସ୍ୱାଧୀନତା ଅର୍ଥ ପରିବ୍ୟାପ୍ତ 

ଆଚାର ବିଚାର ପରିସୀମା ଆଦୃତ 

ସେଭଳି ଗାଁ ସହର ଜିଲ୍ଲା ପଞ୍ଚାୟତ 

ଦେଶ ପାଇଁ ସ୍ୱାଧୀନ ମତବ୍ୟକ୍ତ 

ଆଣିଦେବ ସମୃଦ୍ଧି ନିଶ୍ଚିତ 

ପର ଧନ, ସମ୍ପତ୍ତିରେ ନମାରି ହାତ 

ହାତକୁ ହାତ ମିଶାଇ ହୋଇ ମଜଭୂତ 

ନିଜକୁ ନିଜେ କରି ଆଗେ ଶାସନ 

ଅନ୍ୟକୁ ଦେଇ ଅଭିଜ୍ଞତା ପ୍ରଦାନ 

ଅପହରଣକୁ ନଦେଇ ପ୍ରଶୟ 

ଅନ୍ୟ ଦେଶ ଜାତି ଭାଷା ସାହିତ୍ୟ ସଂସ୍କୃତି 

ଆମ ପରି ନିଶ୍ଚେ ତା ସମ୍ପତ୍ତି 

ଜୋର ଯାର ମୂଳକ ତାର ଅର୍ଥକୁ କଦର୍ଥ 

କରିବା ଭାବନା ତେଜି ଅପଦାର୍ଥ 

ସ୍ୱାଧୀନତାର ଅର୍ଥ ବୁଝିବାକୁ ହେବା ସମର୍ଥ 

 ସ୍ୱାଧୀନତା ହେଉ ବିବେକାନୁମୋଦିତ 

ଦେଶର ଯଶରେ ରଖି ମାନ ମହତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action