STORYMIRROR

Ramesh takri

Inspirational

2  

Ramesh takri

Inspirational

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
109


ସ୍ବାଧୀନ ଭାରତ   ମାତାର ସନ୍ତାନ

    ସର୍ବେ ହୁଅ ସଚେତନ

ଜନମ ଭୂଇଁର   ସ୍ବାଧୀନତା ଆଉ

    ସୁରକ୍ଷାରେ ଦିଅ ମନ ।୧।


ଶତୃର ଆତଙ୍କ   ରହିଛି ଆଗରୁ

    ହେଲାଣି ଅନେକ ଦିନ

ଏ ଦେଶ ମାଟିରେ   ସଇନିକ ଗଣ

    ଦେଇଗଲେ ବଳିଦାନ ୨।


ମାଆ ମାଟି କୋଳେ   ବଢ଼ି ଆସୁଥିବା

    ଯେତେ ଭାରତିୟ ଜନ

ମିଳିମିଶି ସର୍ବେ   ଏକତାରେ ରହି

    ହୋଇଯିବା ସଂଗଠନ ।୩।


ଏହି ଦେଶ ମାଟି   ପାଣି ପବନରେ

     ଗଢ଼ା ଆମରି ଜୀବନ

ଦେଶ ପାଇଁ ଭଲ   କାମ କରିଗଲେ

    ବଢ଼ିବ ଦେଶର ମାନ ।୪।


ଭାରତ ଦେଶର   ସନ୍ତାନ ଆମେରେ 

    ସରବେ ଆମେ ସମାନ

ରଙ୍ଗ ରୂପ ଭାଷା   ଜାତି ଧରମରେ

    କେହି ନୁହେଁ ବଡ଼ ସାନ।୫।


ସ୍ବାଧୀନ ଭାରତ   ଦେଶର ଏକତା

    ବଞ୍ଚାଇ ରଖିବା ପାଇଁ

ଶପଥ କରିବା   ଆଜିର ଦିନରେ

    ଜାତି ଧର୍ମ ଭୁଲିଯାଇ ।୬।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational