STORYMIRROR

Sudhir Kumar Panda

Inspirational

3  

Sudhir Kumar Panda

Inspirational

ସ୍ବାଧୀନତା ଦିବସ ଗର୍ବର ଦିବସ

ସ୍ବାଧୀନତା ଦିବସ ଗର୍ବର ଦିବସ

1 min
301

ଯେବେ ଯେବେ ଆସିଥାଏ ପନ୍ଦର ଅଗଷ୍ଟ

ମନେ ଗର୍ବ ଆସିଥାଏ ହଟିଥାଏ କଷ୍ଟ ।

ସେହି ଦିନ ହୋଇଥିଲା ଭାରତ ସ୍ବତନ୍ତ୍ର

ଆମରି ହାତରେ ଆମ ଆସିଥିଲା ତନ୍ତ୍ର ।

ଦୁଇଶ ବରଷ କାଳ ବ୍ରିଟିଶ ସାସନ

ବାନ୍ଧି ରଖିଥିଲା ଆମ ମାନ ସନମାନ ।

ଅନେକ ସଂଘର୍ଷ ପରେ ପ୍ରାପ୍ତ ସ୍ବାଧୀନତା

ଦେଶର ସ୍ବାଧୀନ ପାଇଁ ଲଢି କେତେ ନେତା ।

କିଏ ଶାନ୍ତି ପୂର୍ଣ୍ଣ ଭାବେ କିଏ ହିଂସା ଧରି

ସ୍ବାଧୀନତାର ଲଢାଇ ରଖିଥିଲେ ଜାରି ।

ଅନେକ ସଂଗ୍ରାମ ଫଳ ଏଇ ସ୍ବାଧୀନତା

ସଂଗ୍ରାମୀଙ୍କ ତ୍ୟାଗ ପାଇଁ ନଇଁଯାଏ ମଥା ।

ତାଙ୍କରି ବଳିଦାନକୁ ଦେଇ ସନମାନ

ଖୁସି ମନେ ଭରିଉଠେ ଯେବେ ପଡେ ମନ ।

ଅଗଷ୍ଟ ପନ୍ଦର ଯେଣୁ ସ୍ବତନ୍ତ୍ର ଦିବସ

ମନରେ ଆଣଇ ସଦା ଗୌରବର ହସ ।



Rate this content
Log in

Similar oriya poem from Inspirational