STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସ୍ବାଧୀନତା ଅର୍ଥ

ସ୍ବାଧୀନତା ଅର୍ଥ

1 min
7


ମୃତ୍ୟୁ ଯଦି ସତ୍ୟ 

ଡର କାହାକୁ ଭୟ କାହାକୁ 

ଡର ଅଛି 

କାରଣ ଇଶ୍ୱର ଅଛନ୍ତି ଚଉବାହାକୁ 

ସବୁ ଦେଖି କରି କରାଉଥାଆନ୍ତି 

ଖସି ପାରିବ ଜରା ବ୍ୟାଧି ରୋଗରୁ 

ତେବେ ଡର ନାହିଁ ବୋଲି 

ଏ କି ସ୍ବାଧୀନତା 

ସ୍ୱାଧୀନତା ଅର୍ଥ ନୁହେଁ 

ପର ଧନ ଦାରା ହରଣ 

ମିଛ ମାଛରେ ମାଛି ଉଡାଣ 

ଅବା ତା'ରକୁ ମୋର କହିବା 

ମୃତ୍ୟୁ ସତ୍ୟ ତଥା ଜୀବନ୍ତ ସତ 

ସତ୍ୟ ସନାତନ ଧର୍ମ ସଂସ୍ଥାପନ 

ବଳେ ବେଳେ ନିସ୍କୃତି ସଂଗତ 

ନହେଲେ କି କରିପାରିବ 

ମିତ କି ସଙ୍ଗାତ 

ସ୍ବାଧୀନତାରେ ଅଛି ଅହିଂସା ଓ ସତ୍ୟ 

ତତେ ମିଛ ମତେ ସତ 

ରୂପ ଗୁଣ ଥାଉ ପର୍ଯ୍ୟାପ୍ତ 

କର୍ମ ନଥିଲେ ଶାଶ୍ୱତ 

ହେବାକୁ ପବିତ୍ର 

ସ୍ୱାଧୀନତା ଅର୍ଥ ନୁହେଁ ସୀମିତ 

ପତାକା ଉଡାଣ ବ୍ୟାପ୍ତ 

ଗାନ୍ଧିଜୀଙ୍କ ସତ୍ୟ 

ସ୍ବାଧୀନତା ପାଇବାକୁ 

ନଦେଇ ଶାଳଗ୍ରାମ ମାଙ୍କଡ଼ ହାତେ 

ନିଜେ ଧର ପରସ୍ପର ହସ୍ତ

ବୋଲି ବୋଲି ବନ୍ଦେ ମାତରଂ 

ଝଣ୍ଡା ଉଞ୍ଚା ରଖିବା ନିଶ୍ଚିନ୍ତ

ଉଚ୍ଚାରି ଆଚ୍ଚରି ସେହି ସତ୍ୟ 

ସନାତନୀ ମନ୍ତ୍ର ତନ୍ତ୍ର 

ବୈଷ୍ଣବ ଜନକୋ.. ଶୁଭୁ ଅନ୍ତତଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action