ସୈନିକ
ସୈନିକ
ଆମ ଦେଶର ତୁମେ ଅଟ ରକ୍ଷକ , ସଭିଁଏ ତୁମକୁ କୁହନ୍ତି ସୈନିକ ।
ବାଜିରେ ଜୀବନ ଦେଇଛ ଲଗାଇ , ଦେଶର ରକ୍ଷା କର ଜୀବନକୁ ଦେଇ ।
ସାରା ଦେଶକୁ ଦେଇ ତୁମେ ସୁରକ୍ଷା , ଯୁଦ୍ଧକୁ କରିଛ ଜୀବନର ଦୀକ୍ଷା ।
ଦେଶର ସୀମାନ୍ତରେ ରହିଛ ବୋଲି , ଦେଶ ଭିତରେ ଆମେ ପାରୁଛୁ ଚାଲି ।
ପାଉଛ ତୁମେ ସଭିଁଙ୍କ ଆଶୀର୍ବାଦ ,  
; ତୁମ ଉପରୁ ହଟିଯାଉ ବିପଦ ।
ତୁମର ଧୈର୍ଯ୍ୟ ଓ ତୁମ ସାହସ , ଶତ୍ରୁଙ୍କ ସେନାକୁ କରିଦିଏ ନାଶ ।
ତୁମ ଉପରେ ଆମେ ରଖି ବିଶ୍ୱାସ , ଶାନ୍ତିରେ ସଭିଁଏ ମାରୁ ନିଶ୍ୱାସ ।
ତୁମ ଠାରୁ ବଡ ଦେଶପ୍ରେମୀ ନାହିଁ , ଜୀବନ ଦେଉଛ ତୁମେ ଦେଶ ପାଇଁ ।
ଜୀବନ ତୁମ ତ୍ୟାଗ, ଶୌର୍ଯ୍ୟର ପ୍ରତୀକ ,
ଏ ଦେଶର ତୁମେ ମହାନ ନାୟକ ।