ସୈନିକ
ସୈନିକ
ଭାରତ ମାତାର ଯୋଗ୍ୟ ସନ୍ତାନ
ଏ ମୋର ସୈନିକ ଭାଇ ମହାନ
ବନ୍ଧୁକ ମୁନରେ କର ଶାସନ
ତୁମ ପାଇଁ ବଞ୍ଚେ ଆମ ଜୀବନ ।
ଶତ୍ରୁ କୁ ସଂହାରି ବିନାଶ କର
ପଛରେ ପକାଇ ନିଜ ସଂସାର
ଭାରତ ବାସିଙ୍କ ପୁଲକ ଭର
ସଭିଏଁ କୁହନ୍ତି ସାହସି ବୀର ।
ବରଷା କାକର ଖରା କି ଶୀତ
ନ ମାନି ରହିଛୁ ସେମିତି ତୁ ତ
ଜଣା ନାହିଁ ତତେ ଯାନି କି ଯାତ
ସୀମା ସଙ୍ଗେ ରହୁ ହୋଇ ସଙ୍ଗାତ ।
ଯୁଦ୍ଧ ହେଲେ ଦେଉ ପତାଇ ଛାତି
ଲାଗିଯାଉ ପଛେ ବନ୍ଧୁକ ତାତି
ଛାଡ଼ ନାହିଁ ଶତ୍ରୁ ଆମରି କତି
ନ ଶୋଇ ଲଢ଼ୁଛ କି ଦିନ ରାତି ।
ତୁମ ଜୀବନକୁ ଆହୁତି ଦେଇ
ଗୁଳି ବାରୁଦରୁ ଅନେକ ଖାଇ
ଶହିଦ ହେଉଛ ଆମରି ପାଇଁ
କେତେ ଯେ ଯବାନ ଗଲେ ପଳେଇ ।
ଭାରତ ମାତାର ଅମୃତ କୋଳେ
ତ୍ରିରଙ୍ଗା ପତାକା ପଣତ ତଳେ
ମୁଣ୍ଡକୁ ନୁଆଁଇ ଶୋଇଯା ବଳେ
ଫୁଲ ମାଳ କେତେ ପକାଇ ଗଳେ ।
ସଲାମ କରନ୍ତି ଜଗତ ଜନ
କିଣି ନେଇଯାଅ ସଭିଙ୍କ ମନ
ଯୁଗେ ଯୁଗେ ରହେ ତୁମରି ନାମ
ତୁମ ପାଇଁ ସିନା ଆମେ ସ୍ୱାଧୀନ ।
ବିଜୟର ଟୀକା ମଥାରେ ପିନ୍ଧି
ଖାକି ପଗଡ଼ି ଟା ମୁଣ୍ଡରେ ବାନ୍ଧି
ଛାଡ଼ି ଯାଅ ସିନା ଆମକୁ ଛନ୍ଦି
ଯବାନ ଜ୍ୟୋତିଟା ଜଳଇ କାନ୍ଦି ।