STORYMIRROR

kahnu charan sahu

Romance

2  

kahnu charan sahu

Romance

ସାଥିରେ (ତିନି)

ସାଥିରେ (ତିନି)

1 min
129

ସାଥି ଗୋ

ତୁମ ନାଲି ନେଳି ଫୁଲ ଫୁଟୁଥିବା

ସବୁଜ ରଙ୍ଗର ପାଟ ପିନ୍ଧିଥିବା

ବଗିଚାର ଛାର ଭ୍ରମର ଟିଏ ମୁଁ


ତୁମେ ତ ଅସୀମା

ମୋ ପ୍ରେମର ନଗରେ

ନା ମୁଁ ପାରିଛି ତୁମକୁ ସ୍ପର୍ଶ କରି

କେବଳ ଚାହିଁଛି ମନ ପ୍ରାଣ ଦେଇ

ତୁମ ଉପସ୍ଥିତି ମୋ ଦରଦୀ ଛାତିରେ

କେବଳ ଚାହିଁଛି ତୁମକୁ ଉପଭୋଗ ନୁହଁ

ଅନୁଭବ କରିବାକୁ ତୁମ ପ୍ରୀତି ଫଗୁରେ


ତୁମେ ମୋ ପରିଚୟ

ତୁମ ବିନା ଏ ଜୀବନ ଜୀବନ ନୁହେଁ


ଏ...ଇ ଆସନା....

ମୋ ରାତିର ସ୍ୱପ୍ନରେ

ମୋ କର୍ମର ସଫଳତାରେ

ମୋ ମନର ଆବେଗରେ

ମୋ ହୃଦୟର ଆବିଳତାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance