STORYMIRROR

kahnu charan sahu

Romance

2  

kahnu charan sahu

Romance

ସାଥିରେ (ଚାରି)

ସାଥିରେ (ଚାରି)

1 min
138

ଇଚ୍ଛା ହୁଏ

ତୋ ଛାତି ତଳେ

ଲୁଚି ଯିବାକୁ


ଇଚ୍ଛା ହୁଏ

ତୋ ଆଖିରେ

ହଜିବାକୁ


ଇଚ୍ଛା ହୁଏ

ତୋ ସ୍ପନ୍ଦନେ

ସ୍ପନ୍ଦନ ମିଶେଇବାକୁ


ଇଚ୍ଛା ହୁଏ

ତୋ ଚାହାଣୀରେ

ପାଗଳ ହେବାକୁ


ଇଚ୍ଛା ହୁଏ

ତୋ ରସେଲି ଓଠରେ

ହସ ହେଇ ଫୁଟିବାକୁ


ଇଚ୍ଛା ହୁଏ

ତୋ ହୃଦୟର କଷ୍ଟ କୁ

ଅନୁଭବ କରିବାକୁ


ଇଚ୍ଛା ହୁଏ

ତୋ ସୁଖ ଦୁଃଖ ର

ସାଥି ବନିବାକୁ


ଇଚ୍ଛା ହୁଏ

ତୋ କବିତାର

ପଂକ୍ତି ସାଜିବାକୁ


ଇଚ୍ଛା ହୁଏ

ତୋ ପ୍ରେମ ବଗିଚାର

ଭଅଁର ହେବାକୁ


ଇଚ୍ଛା ହୁଏ

ତୋ ଆଖିରେ ନିଶାରେ

ମତୁଆଲା ହେବାକୁ


ଇଚ୍ଛା ହୁଏ

ତୋ ହାତରେ ହାତ ଛନ୍ଦି

ସାରା ଜୀବନ ଚାଲିବାକୁ


ଇଚ୍ଛା ହୁଏ

ତୋ ସାଥିରେ ସାଥି ହୋଇ

ମଶାଣୀକୁ ଆପଣାର କରିବାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance