ସାଥି
ସାଥି
ମୋ ନିସଙ୍ଗ ଜୀବନେ
ତୁମେ ହିଁ ଏକା ସାଥି
ବ୍ୟଥିତ ମନ କୁ ସଜାଡ଼
ଯେ ଭରି ତୁମ ପ୍ରୀତି
ଆଗୋ ରୂପବତୀ ତୁମେ
ଗୁଣର ବି ନାୟିକା
ନାହିଁ ମୋ ଜୀବନେ ଆଉ
କେହି ତୁମ ପରିକା
ଛାଇ ଆଲୁଅ ଖେଳରେ
ଦୁଃଖେ ସୁଖେ ସାଥେ ଥିବା
ଯବନିକା ପଡିବା ପର୍ଯ୍ୟନ୍ତ ସମାନ୍ତରାଳରେ ପାଦ ବଢ଼ାଉଥିବା
ତ୍ୟାଗ ସମର୍ପଣ ର ତୁମେ
ଯେ ଉଦାହରଣ
ମତେ ଏତେ ଭଲ ପାଇବାର
ଖୋଜେ ମୁଁ କାରଣ...

