ତୁମ ହୃଦୟ ଝରକା ର
ବାହାର ପଟେ ମୁଁ
ତା'ରି ଭିତରେ ସ୍ଥାନ
ଟିକେ ଆଶାରେ,
ଆଉ ତମ ଧମନୀ ରେ
ଅନବରତ ଦଉଡିବାର
ଅଭିପ୍ରାୟ ନେଇ
ବଂଚିଛି ଏ ପର୍ଯ୍ୟନ୍ତ......
କୁହ ତୁମେ,
ମୋ ଆଶା ଟା ଆଶାରେ
ହିଁ ରହିବ ନା ନିରାଶାରେ
କଟି ଯିବ ଏ ଜୀବନ
ମୃତ୍ୟୁ କୁ ଆଲିଙ୍ଗନ କରି
ଶୋଇଯିବି ତା'ରି କୋଳରେ........
●●● ସରୋଜ, ସମ୍ବଲପୁର