ସାଥି ତୁମ ପାଇଁ
ସାଥି ତୁମ ପାଇଁ
ଖୋଜି ଖୋଜି ସାଥି ତୁମକୁ ପାଇଛି
ଏତେ ବଡ଼ ଦୁନିଆରେ,
ପର କରିଦେଲେ କି ବା ମୁଁ କରିବି
ମରିଯିବି ବିରହରେ।
ଭଲ ପାଇବାର ସ୍ମୃତି ସେ ଯେ ସାଥି
ଶୁଣିଥିଲି ମିଠାବୋଲି,
ଭଲ ପାଇବାର ରଂଗରେ ରଂଗେଇ
ତୁମ ହାତେ ନେଲ ତୋଳି।
ଚାତକ ଖୋଜୁଛି ଚକୋର କୁ ଆଜି
ପିକ ଖୋଜୁଥାଏ ବର୍ଷା,
ମୋ ଆଖି ଖୋଜୁଛି ତୁମ ଛବି ସାଥି
କେବେ ପୂରଣ ହେବ ମୋ ଆଶା।
ରଂଗହୀନ ଏଇ ଜୀବନରେ ମୋର
ଭରିଦେଲ ସପ୍ତରଙ୍ଗ,
ତୁମରି ରଂଗରେ ରଂଗୀନ ହେବାକୁ
ଖୋଜେ ଆଜି ତୁମ ସଂଗ।
ସୁଖେ ଦୁଃଖେ ତୁମ ପ୍ରତିଛବି ପରି
ସାଥେ ମୁଁ ଚାଲିବି ବାଟ,
ମୁକ୍ତ ହୃଦୟରେ ଭଲପାଇବି ମୁଁ
ଭୁଲିଯାଇ ଦୁଖଃ କଷ୍ଟ।
ତୁମେ ହିଁ ତ ଧନ ତୁମେ ମୋ ଜୀବନ
ତୁମ ଠାରେ ମୋର ମନ,
ତୁମ ପାଇଁ ଆଜି ଲେଖିକା ସାଜିଲି
ଚାଲେ ମୋ କଲମ ମୁନ।
ଚାହେଁ ନାହିଁ ମୁଁ ତୁମ ବିନା କିଛି
ଲୋଡ଼ା ତୁମ ହାତ ସ୍ପର୍ଶ,
ତୁମ ସାଥିରେ ବଞ୍ଚିବି ମରିବି
ପ୍ରଭୁ ଏତିକି କର ଆଶିଷ।

